ସ୍ୱାସ୍ଥ୍ୟ
କାଗଜ କପ୍ ରେ ଚାହା ପିଉଛନ୍ତି କି? ଏଣିକି ହୋଇଯାନ୍ତୁ ସାବଧାନ
ସବୁବେଳେ ଦେଖାଯାଇଥାଏ ଯେ ପ୍ଲାଷ୍ଟିକର ଗ୍ଲାସରୁ ଦୁରେଇ ରହିବ ପାଇଁ ଲୋକମାନେ କାଗଜରେ ନିର୍ମିତ କପ କିମ୍ବା ଗ୍ଲାସରେ ଚାହା ପିଇ ଥାନ୍ତି l ଆମେ ପ୍ଲାଷ୍ଟିକ କପରୁ ହେଉଥିବା ସ୍ୱାସ୍ଥ୍ୟଗତ କ୍ଷତି ଯୋଗୁ କାଗଜରେ ନିର୍ମିତ ଗ୍ଲାସରେ ଚାହା ପିଇଥାଉ ,କିନ୍ତୁ ହୋଇଥିବା ଏକ ନୂଆ ଗବେଷଣାରୁ ଦାବି କରାଯାଇଛି ଯେ ପେପରରେ ତିଆରି କପରେ ଚାହା ପିଇବା ମଧ୍ୟ କ୍ଷତି କାରକ ହୋଇଥାଏ

IIT ଖଡ଼ଗପୁରର ଗବେଷକ ମାନେ ଏକ ଗବେଷଣା ଜରିଆରେ ଏହାକୁ ଅନୁସନ୍ଧାନ କରିଛନ୍ତି l ଏହି ଗବେଷଣା ଅନୁସାରେ ଯଦି ଜଣେ ବ୍ୟକ୍ତି ପ୍ରତେକ ଦିନ କାଗଜ କପରେ ତିନି ରୁ ଚାରିଥର କଫି କିମ୍ବା ଚାହା ପିଇ ଥାଏ ,ତେବେ ସିଏ ୭୫ ହଜାର ଛୋଟ ସୁକ୍ମ ପ୍ଲାଷ୍ଟିକ ଅଣୁକୁ ନିଜ ପାଟିରେ ଢୋକିଥାଏ lଟାଇମ୍ସ ଅଫ ଇଣ୍ଡିଆର ସୂଚନା ଅନୁସାରେ ଏହି ରିସର୍ଚରେ ଏହି କଥାର ପୁଷ୍ଟି କରାଯାଇଛି ଯେ ଏହି କପରେ ବ୍ୟବହାର ହୋଇଥିବା ସାମଗ୍ରୀରେ ପ୍ଲାଷ୍ଟିକ ଓ ଅନ୍ୟ ଭୟଙ୍କର ଧାତୁର ଉପସ୍ଥିତି ମିଳିଛି,ଏହି କପରେ ଗରମ ତରଳ ପଦାର୍ଥ ପରଷିବା ଦ୍ୱାରା ସେହି ପଦାର୍ଥରେ ଏହାର ଦୂଷିତ କଣ ମିଶିଯାଇଥାଏ l
ପେପର କପ ଭିତରେ ହାଇଡ୍ରୋଫୋବିକ ଫିଲ୍ମିର ଏକ ପତଳା ଅଂଶ ରହିଥାଏ l ଯାହା ଅଧିକାଂଶ ପ୍ଲାଷ୍ଟିକ ଓ ପଲିମରରେ ତିଆରି ହୋଇଥାଏ l ଏହି ଗବେଷଣାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ଗବେଷକ ଓ ପ୍ରଫେସର ଗୋୟଲ ଅନ୍ୟ ଗବେଷକ ମାନଙ୍କ ସହିତ ମିଶି କହିଛନ୍ତି ଯେ ୧୫ ମିନିଟି ମଧ୍ୟରେ ଏହି ସୁକ୍ମ ପ୍ଲାଷ୍ଟିକ ଅଂଶ ଗରମ ପ୍ରତିକ୍ରିୟାରେ ତରଳି ଯାଇଥାଏ l