ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ଜୁଆଣି ପାଣି

ଅସନ୍ତୁ ଜାଣିବା କିପରି-

ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଦେଉଛି। ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି ଅନିୟମିତ ଖାଦ୍ୟ ଅଭ୍ୟାସ। ଯେଉଁମାନେ ବ୍ୟାୟାମ କରନ୍ତି ନାହିଁ ଏବଂ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତି ସେମାନଙ୍କ ମାଂସପେଶୀରେ ରକ୍ତ ସଞ୍ଚାଳନ ପ୍ରଭାବିତ ହେବାକୁ ଲାଗେ। ସେଥିପାଇଁ ଅନେକ ଥର ହାର୍ଟରେ ବ୍ଳକେଜ ହେବା ସହ ଶରୀରର ଅନେକ ଅଂଶରେ ଛୋଟ ବ୍ଳକେଜ ହେବା ଆରମ୍ଭ ହୁଏ। ଯେଉଁ କାରଣରୁ ରକ୍ତଚାପ ବୃଦ୍ଧି ପାଇଥାଏ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଡାକ୍ତର ସାଧାରଣତଃ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ କେତେକ ଘରୋଇ ଉପଚାର ଏବଂ ବ୍ୟାୟାମ ଦ୍ୱାରା ମଧ୍ୟ ଏହି ସମସ୍ୟା ଦୂର ହୋଇପାରିବ। ଏହିପରି ଏକ ଘରୋଇ ଉପଚାର ହେଲା ଜୁଆଣି ପାଣି। ଜୁଆଣି ପାଣି ହୃଦରୋଗୀଙ୍କ ପାଇଁ ଔଷଧ ଭଳି କାମ କରେ। ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲ ସ୍ଥର ମଧ୍ୟ ହ୍ରାସ କରେ।
କେମିତି ପ୍ରସ୍ତୁତ କରିବେ ଜୁଆଣି ପାଣି ଜାଣନ୍ତୁ :ସର୍ବପ୍ରଥମେ ସଫା ଜୁଆଣିକୁ ରାତିସାରା ଏକ କପ୍ ପାଣିରେ ବତୁରାଇ ଦିଅନ୍ତୁ। ସକାଳେ ଏହି ପାଣିକୁ ଜୁଆଣି ସହ ୨୦ ମିନିଟ ଯାଏଁ ଭଲ ଭାବେ ଫିଟାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ପାଣିର ରଙ୍ଗ ବଦଳିଯିବ। ସ୍ୱାଦ ପାଇଁ ଆପଣ ଏଥିରେ କିଛି ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ। ଏହି ପାଣିକୁ ଏକ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖିଦେବେ। ପ୍ରତିଦିନ ସକାଳେ ଏହି ପାଣି ପିଅନ୍ତୁ। ଏହା ଶରୀରକୁ ଅନେକ ଉପାୟରେ ଉପକୃତ କରିବ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଜୁଆଣି ପାଣି ଶରୀରକୁ ଉତ୍ତାପ ପ୍ରଦାନ କରିଥାଏ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯେଉଁମାନଙ୍କର ଗ୍ୟାସ୍, କୋଷ୍ଠକାଠିନ୍ୟ ଏବଂ ଅମ୍ଳ ଭଳି ସମସ୍ୟା ରହିଛି ସେମାନଙ୍କ ପାଇଁ ଜୁଆଣି ପାଣିର ଅନେକ ପ୍ରଭାବ ରହିଛି। ଜୁଆଣି ପାଣି ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରିଥାଏ।
ଅନିୟମିତ ଦିନଚର୍ଯ୍ୟା ଓ ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ। ଶରୀରରେ କୋଲେଷ୍ଟ୍ରଲ ସ୍ଥର ବୃଦ୍ଧି ପାଇଲେ ରକ୍ତ ମୋଟା ହେବାକୁ ଲାଗେ ଏବଂ ଏହା ହୃଦୟ ଏବଂ ରକ୍ତ ସଞ୍ଚାଳନ କରୁଥିବା ମାଂସପେଶୀ ଉପରେ ଚାପ ପକାଇଥାଏ। ଏହି ପରିସ୍ଥିତିରେ ଜୁଆଣି ପାଣି ଉପକାରୀ ହୋଇପାରେ। ଏହାର ଉଷ୍ମ ପ୍ରଭାବ ଯୋଗୁଁ ମାଂସପେଶୀରେ ଉତ୍ତାପ ବୃଦ୍ଧି ପାଇଥାଏ ଯାହାଫଳରେ ରକ୍ତ ସଂଚାଳନ ସୁଚାରୁ ରୂପେ ହୋଇଥାଏ।
ଜୁଆଣି ପାଣିରେ ତିଆରି ଚା’ ସେବନ ଦ୍ୱାରା ହୃଦୟ ସ୍ୱାସ୍ଥ୍ୟ ଭଲ। ଚା ତିଆରି କରିବା ପାଇଁ ଜୁଆଣି ପାଣିରେ ଅଳ୍ପ ଗ୍ରୀନ୍ ଟି ଏବଂ ଲେମ୍ବୁ ମିଶାନ୍ତୁ। ତା’ପରେ ଏହାକୁ ଫୁଟାନ୍ତୁ ଏବଂ ସେବନ କରନ୍ତୁ। ଏହା ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଜୁଆଣିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ହୃଦୟ ରୋଗୀଙ୍କ ପାଇଁ ଅଧିକ ଲାଭଦାୟକ ଅଟେ। ଜୁଆଣିରେ ବହୁତ ଓମେଗା-୩ ଫ୍ୟାଟି ଏସିଡ୍ ଅଛି ଯାହା ଉଭୟ ହୃଦୟ ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରରେ ଖରାପ କୋଲେଷ୍ଟ୍ରଲ ହ୍ରାସ କରିଥାଏ ଏବଂ ମସ୍ତିଷ୍କକୁ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଯୋଗାଇଥାଏ। ମସ୍ତିଷ୍କ ଟ୍ୟୁମରକୁ ରୋକିବା ପାଇଁ ଜୁଆଣି ଚା’ର କ୍ଷମତା ଅଛି। ଏହା ବ୍ୟତୀତ ଏଥିରେ ଫାଇବର ମଧ୍ୟ ରହିଛି ଯାହା ହୃଦୟ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ।

Show More

Related Articles

Back to top button