ଦେଶ ବିଦେଶବାଣିଜ୍ୟ

ଆସିଲା ନୂତନ ଆପଲ ଓ୍ୱାଚ୍‌

ଏଣିକି ଅନଲାଇନ୍ ସପିଂ ସାଇଟ ଆମାଜନରେ ମିଳୁଛି ଲାଟେଷ୍ଟ୍ ଆପଲ୍ ଓ୍ୱାଚ୍ । ଆମାଜନରେ ଆପଲ ଓ୍ୱାଚ୍‌ର ଆକର୍ଷଣୀୟ ଓ୍ୱିକେଣ୍ଡ୍ ସେଲ୍ସ ଆରମ୍ଭ ହୋଇଛି

ଗ୍ରାହକମାନେ ଏବେ ଆମାଜନରୁ ବ୍ରାଣ୍ଡ୍ ନ୍ୟୁ ଆପଲ ଓ୍ୱାଚର କିଣି ପାରିବେ । ଆପଲ୍ ଓ୍ୱାଚ୍ ଏସଇ ଓ ଆପଲ ଓ୍ୱାଚ୍ ସିରିଜ-୬ ମଧ୍ୟ ଗତ ଶୁକ୍ରବାରଠାରୁ ଅନଲାଇନରେ ମିଳୁଛି । ଏହା ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ । ଏସଇ ସିରିଜର ଦାମ୍ ୨୧ହଜାର ଥିବା ବେଳେ ସିରିଜ୬ର ଦାମ୍ ରହିଛି ୪୩ ହଜାର ।ଆପଲ୍ ଏସଇ ୪୦ ଏମଏମ ସୁନେଲି ରଙ୍ଗର ଓ୍ୱାଚ୍‌ର ଦାମ୍ ୨୨ ହଜାର ଟଙ୍କା ଥିବା ବେଳେ ସ୍ପେସ୍ ଗ୍ରାର ଦାମ୍ ୨୮ ହଜାର ଟଙ୍କା ରହିଛି ।

ସେହିପରି ସିରିଜ୍ ୬ ମଡେଲର ସିଲଭଲ୍ ଓ୍ୱାଚ୍‌ର ଦାମ୍ ୪୪ ହଜାର ଟଙ୍କା ଥିବା ବେଳେ ନାଲି ରଙ୍ଗର ଓ୍ୱାଚ୍‌ର ଦାମ୍ ୪୩ ହଜାର ୯୦୦ ଟଙ୍କା ରହିଛି ।ପୂର୍ବାପେକ୍ଷା ଏବେ ଆପଲ ଓ୍ୱାଚର ଦାମ୍ ସାମାନ୍ୟ ହ୍ରାସ ପାଇଛି । ଏହି ସ୍ମାର୍ଟ ଓ୍ୱାଚରେ ୟୁଜରମାନେ ମେସେଜ୍, କଲ୍ ରିସିଭ କରିବ, ନିଜ ଦୈନନ୍ଦିନ କାର୍ଯ୍ୟର ସୂଚୀ ପ୍ରସ୍ତୁତ କରିପାରିବେ । ଏହାସହ ନିଜର ହାର୍ଟ ରେଟ୍ ମଧ୍ୟ ଚେକ୍ କରିପାରିବେ । ଏହାସହ ଆପଲ୍ ପେ ମଧ୍ୟ କରିହେବ ।ଏହା ପ୍ରଥମ ଥର ପାଇଁ ନୁହେଁ ଯେ ଆମାଜନ ଆପଲ୍ ଓ୍ୱାଚ୍‌ର ଅନଲାଇନ୍ ସେଲ୍ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ କମ୍ପାନୀ ସେଲ୍ ଆରମ୍ଭ କରିଥିଲା । କିନ୍ତୁ ଏବେ ଓ୍ୱାଚ୍‌ର ଦାମ୍ ହ୍ରାସ ପାଇଛି । ଯେଉଁମାନେ ଏହାକୁ କିଣିବାକୁ ଚାହୁଁଛନ୍ତି ଅତିଶୀଘ୍ର ଅର୍ଡର କରି ନିଅନ୍ତୁ ।

Show More

Related Articles

Back to top button