ଦେଶ ବିଦେଶବାଣିଜ୍ୟ

ଲଗାତାର ୩୭ ଦିନ ହେବ ବଦଳିନିa ଡିଜେଲ୍-ପେଟ୍ରୋଲ ଦର

ଡିଜେଲ-ପେଟ୍ରୋଲ ଦାମରେ କୌଣସି ପରିବର୍ତ୍ତନ ଘଟିନାହିଁ। ଶନିବାର ମଧ୍ୟ ପେଟ୍ରୋଲ ଲିଟର ପିଛା ୮୧.୦୬ ଟଙ୍କା ଏବଂ ଡିଜେଲ୍ ୭୦.୪୬ ଟଙ୍କାରେ ରହିଥିଲା

ଲଗାତାର ୩୭ ଦିନ ହେବ ଡିଜେଲ୍-ପେଟ୍ରୋଲ ଦର ସ୍ଥିର ରହିଛି। ଏବେ ପୂରା ଦୁନିଆର ଗଣମାଧ୍ୟମର ନଜର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି। ଅନ୍ୟପଟେ ମହାମାରୀ କରୋନାର ପ୍ରଭାବ କାରଣରୁ ଅଶୋଧିତ ତୈଳ ଦୁର୍ବଳ ସ୍ଥିତିରେ ରହିଛି। କିନ୍ତୁ ଡିଜେଲ-ପେଟ୍ରୋଲ ଦାମରେ କୌଣସି ପରିବର୍ତ୍ତନ ଘଟିନାହିଁ। ଶନିବାର ମଧ୍ୟ ପେଟ୍ରୋଲ ଲିଟର ପିଛା ୮୧.୦୬ ଟଙ୍କା ଏବଂ ଡିଜେଲ୍ ୭୦.୪୬ ଟଙ୍କାରେ ରହିଥିଲା।

ଅଗଷ୍ଟ ମାସର ଦ୍ଵିତୀୟ ସପ୍ତାହରୁ ତୈଳ ଦରରେ ଯେଉଁଭଳି ନିଆଁ ଲାଗିଥିଲା, ତାହା ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଜାରି ରହିଥିଲା। ଯଦି ଦିଲ୍ଲୀ ଉପରେ ନଜର ପକାଇବା ତେବେ ଗତ ୧୩ କିସ୍ତିରେ ପେଟ୍ରୋଲ ଲିଟର ପିଛା ୧.୬୫ ଟଙ୍କା ମହଙ୍ଗା ହୋଇଥିଲା। ହେଲେ ସେପ୍ଟେମ୍ବର ୧୦ ପରେ କିଛିଟା ହ୍ରାସ ଦେଖିବାକୁ ମିଳିଥିଲା। ଗତ ମାସରେ ଏଥିରେ ୧.୧୯ ଟଙ୍କା ହ୍ରାସ ଘଟିଛି।

ଗତ ଏକ ମାସ ହେବ ସରକାରୀ ତୈଳ କମ୍ପାନୀ ଡିଜେଲ୍‌ ଦରରେ ଆଶାତୀତ ହ୍ରାସ କରିଥିଲେ। ଗତ ଅଗଷ୍ଟ ୩ରୁ ନିୟମିତ ବ୍ୟବଧାନରେ ଏହାର ଦାମରେ ହ୍ରାସ ପାଇ ଚାଲିଥିଲା। ଯାହା ଏବେ ସ୍ଥିର ରହିଛି। ଏହା ପୂର୍ବରୁ ଗୋଟିଏ ମାସ ଭିତରେ ଡିଜେଲ୍ ଲିଟର ପ୍ରତି ୩.୧୦ ଟଙ୍କା ଶସ୍ତା ହୋଇ ସାରିଛି। କରୋନାର ପ୍ରଭାବ କାରଣରୁ ତୈଳ ବଜାରରେ ସ୍ଥିତି ଏମିତି ରହିଥିବା କୁହାଯାଉଛି।

ଆପଣଙ୍କ ସହରରେ ଆଜି କେତେ ରହିଛି ତୈଳ ଦର ଜାଣନ୍ତୁ

ପେଟ୍ରୋଲ-ଡିଜେଲ୍ ଦାମ ନିୟମିତ ପରିବର୍ତ୍ତନ ହୋଇଥାଏ ଏବଂ ସକାଳ ୬ଟାରେ ଅପଡେଟ୍ ହୋଇଥାଏ। ପେଟ୍ରୋଲ-ଡିଜେଲ୍ର ପ୍ରତିଦିନର ଦାମ ଆପଣ ଏସଏମଏସ ଜରିଆରେ ମଧ୍ୟ ଜାଣି ପାରିବେ। ଇଣ୍ଡିଆନ ଓଏଲର ଗ୍ରାହକ RSP ସ୍ପେସ୍‌ ଦେଇ ପେଟ୍ରୋଲ ପମ୍ପର କୋଡ୍‌ ଲେଖି ୯୨୨୪୯୯୨୨୪୯ ନମ୍ବରରେ ଏବଂ ବିପିସିଏଲ ଉପଭୋକ୍ତା RSP ଲେଖି ୯୨୨୩୧୧୨୨୨୨ ନମ୍ବରରେ ପଠାଇ ଦର ବିଷୟରେ ଜାଣି ପାରିବେ। ସେହି ପରି ଏଚପିସିଏଲ ଉପଭୋକ୍ତା HPPrice ଲେଖି ୯୨୨୨୨୦୧୧୨୨ ନମ୍ବରରେ ପଠାଇ ପେଟ୍ରୋଲ-ଡିଜେଲ୍ ଦର ବିଷୟରେ ଜାଣି ପାରିବେ।

Show More

Related Articles

Back to top button