ଓଡ଼ିଶାଜୀବନଚର୍ଯ୍ୟାମୁଖ୍ୟ ଖବର

ଶୀତରେ ଥରୁଛି କନ୍ଧମାଳ

କନ୍ଧମାଳ ଜିଲ୍ଲାରେ ହଠାତ୍‌ ଆଜି ପାରଦ ଖସିଛି, ଶୀତ ବଢ଼ିଛି। ଆଜି ଜିଲ୍ଲାରେ ଚଳିତ ବର୍ଷର ସର୍ବନିମ୍ନ ତାମମାତ୍ରା ୧୦.୫ ଡିଗ୍ରି ରେକର୍ଡ଼ ହୋଇଛି

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ରାତିରୁ ସକାଳ ଯାଏ ତାପମାତ୍ରା ୧୦.୫ ଡିଗ୍ରି ସେଲ୍‌ସିୟସ୍‌ ଥିଲା। ସେଭଳି ଓଡ଼ିଶାର କାଶ୍ମୀର କୁହା ଯାଉଥିବା ଦାରିଙ୍ଗବାଡ଼ିରେ ବି ପାରଦ ଖସି ୧୦.୫ରେ ରହିଛି। କନ୍ଧମାଳରେ ଗତକାଲିଠାରୁ ଶୀତ ଲହରୀ ଆରମ୍ଭ ହୋଇଯାଇଛି। ଏଥି ସହ ଘନ କୁହୁଡ଼ି, କାକର ସକାଳ ୯ଟା ପର୍ଯ୍ୟନ୍ତ ରହୁଛି। ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି।

କରୋନା ପାଇଁ କନ୍ଧମାଳକୁ ଏ ମାସ ଶେଷ ଯାଏ ପର୍ଯ୍ୟଟକଙ୍କୁ ଆସିବା ମନା ହୋଇଛି। ଯଦିଓ କରୋନା ଭୟ ରହିଛି, ତଥାପି କନ୍ଧମାଳବାସୀ ଶୀତରୁ ମଜା ଉଠାଇବା ସୁଯୋଗ ହାତଛଡ଼ା କରି ନାହାନ୍ତି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟ ଦିନ ଅପେକ୍ଷା ଆଜି ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଲୋକ ପ୍ରାତଃଭ୍ରମଣ କରୁଥିଲେ। ଦେହରେ ଶୀତବସ୍ତ୍ର, ମୁହଁରେ ମାସ୍କ୍‌ ଓ ମୁଣ୍ଡ ଟୋପି ପିନ୍ଧି ଖେଳକୁଦ,ବ୍ୟାୟାମ କରିବାକୁ ଭୁଲି ନ ଥିଲେ। ପ୍ରତିବର୍ଷ ଶୀତରୁ ମଜା ଉଠାଇ ଆସୁଥିବା କନ୍ଧମାଳବାସୀଙ୍କ ପାଇଁ ଏଥର କରୋନା ଲକ୍ଷ୍ମଣରେଖା ଟାଣିଛି। ଯଦିଓ କନ୍ଧମାଳରେ କରୋନା ଗ୍ରାଫ୍‌ ତଳକୁ ଖସିଛି, ଶୀତରେ କରୋନା କାୟା ବିସ୍ତାର କରିବା ସମ୍ଭାବନା ଥିବାରୁ ଏହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି।

Show More

Related Articles

Back to top button