ସ୍ୱାସ୍ଥ୍ୟ

ପିଜୁଳି ପତ୍ରର ଚାହାରେ ରହିଛି ଅନେକ ଔଷଧୀୟ ଗୁଣ

ପିଜୁଳି ଏକ ପରି ଫଳ ଯାହା ଆଣ୍ଟିଆକ୍ସିଡେଣ୍ଟ ,ଭିଟାମିନ-ସି ,ପୋଟାସିୟମ ଓ ଫାଇବରରେ ଭରପୁର ହୋଇଥାଏ l ଏହି ଫଳଟିକୁ ସମସ୍ତେ ଖାଇବା ପାଇଁ ତା ପସନ୍ଦ କରିଥାନ୍ତି କିନ୍ତୁ ଏହାର ପତ୍ରରେ ମଧ୍ୟ ଅନେକ ଔଷଧୀୟ ଗୁଣ ଅଛି l ଆୟୁର୍ବେଦରେ ପିଜୁଳି ପତ୍ରରେ ଚାହା ତିଆରି କରି ଅନେକ ଯୁଗରୁ ବିଭିନ୍ନ ରୋଗର ନିରାକରଣ ପାଇଁ ପିଇ ଥାନ୍ତି l

ସମୟ ଅତିବାହିତ ହେବ ସହିତ ଏହାର ଲୋକ ପ୍ରିୟତା କମ ହୋଇଯାଇଛି l ଏହାର ପଛରେ ମୁଖ୍ୟ କାରଣ ହେଲା ଅଲଗା ଅଲଗା ପ୍ରକାରର ଚାହା ବଜାରରେ ମିଳିଥାଏ l ଯଦି ଆପଣ ସମ୍ପୂର୍ଣ ଭାବରେ ପ୍ରାକୃତିକ ଜିନିଷ ଉପରେ ଭରସା କରିବାକୁ ଚାହିଁଥାନ୍ତି ତେବେ ଆୟୁର୍ବେଦକୁ ବିଶ୍ୱାସ କରିବାକୁ ପଡିବ l ପିଜୁଳି ପତ୍ର ମିଳିବ କିଛି ଅସମ୍ଭବ ନୁହେଁ ,ଅଧିକାଂଶ ଲୋକଙ୍କ ଘର ବଗିଚାରେ ପିଜୁଳି ଗଛ ଦେଖିବାକୁ ମିଳିଥାଏ l ପିଜୁଳି ପତ୍ରର ଚାହା ଆଣ୍ଟିଆକ୍ସିଡେଣ୍ଟ ,ଜୀବାଣୁ ପ୍ରତିରୋଧକ ଓ ଆଣ୍ଟୁଗଣ୍ଠି ଫୁଲ ପ୍ରତିରୋଧକ ଅଟେ l

ପିଜୁଳି ପତ୍ରର ଚାହା କିପରି ପ୍ରସ୍ତୁତ କରିବେ -ପିଜୁଳି ଗଛର ସତେଜ ପତ୍ର ୧୦ ଟି ଭଲ ଭାବରେ ଧୋଇ ରଖନ୍ତୁ l ଏକ ପାତ୍ରରେ ଏକ କପ ପାଣି ଢ଼ାଲନ୍ତୁ ,ଏହି ପାଣି ଫୁଟିବା ପରେ ଏଥିରେ ପିଜୁଳି ପତ୍ରକୁ ପକାନ୍ତୁ ଓ ୫ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ l ଏହା ପରେ ଏଥିରେ ଆବଶ୍ୟକ ଅନୁସାରେ ଚାହା ଗୁଣ୍ଡ ପକାନ୍ତୁ l ଭଲରେ ଫୁଟାଇଗଲା ପରେ ଏଥିରେ ମହୁ କିମ୍ବା ଗୁଡ଼ ପକାଇ ସେବନ କରନ୍ତୁl

କୋଲେଷ୍ଟ୍ରଲ କମ କରେ -ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଲେ ଅଧିକାଂଶ ରୋଗର ଶିକାର ହେବାକୁ ପଡିଥାଏ l ଖାସ କରି ହୃତ୍ପିଣ୍ଡ ପାଇଁ କୋଲେଷ୍ଟ୍ରଲ କ୍ଷତି କାରକ ଅଟେ l କୋଲେଷ୍ଟ୍ରଲ ବଢିବା ଦ୍ୱାରା ଶରୀରରେ ଠିକ ଭାବରେ ରକ୍ତ ପ୍ରଭାହ ହୋଇ ପରେ ନାହିଁ l ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ପିଜୁଳି ପତ୍ରରେ ପ୍ରସ୍ତୁତ ଚାହା ପିଇବା ଦ୍ୱାରା କୋଲେଷ୍ଟ୍ରଲ ୮ ସପ୍ତାହ ମଧ୍ୟରେ ନିୟନ୍ତ୍ରିତ ରହିଥାଏ l

ଆଣ୍ଠୁଗଣ୍ଠି ଫୁଲା କମାଇଥାଏ -ପିଜୁଳି ପତ୍ରରେ ଅଣ୍ଟିଆକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥିବା କାରଣରୁ ହାଡ ଗୋଡ ଜନିତ ଯନ୍ତ୍ରଣା ଓ ଫୁଲ ପାଇଁ ଲାଭ ଦାୟକ l ଏକ ଗବେଷଣାରୁ ଜଣ ପଡିଛି ଯେ ଆମେ ଯଦି ଏହି ଚହାକୁ ପ୍ରତେକ ଦିନ ସେବନ କରିବା ତେବେ ଗଣ୍ଠି ଫୁଲା ଓ ଦରଜ ସମସ୍ୟା ଦୂର ହେବ l ତେଣୁକରି ଆମକୁ ଏହା ନିୟମିତ ପିଇବାକୁ ପାଡିବା l

Show More

Related Articles

Back to top button