ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ରାଶି ତେଲର ମୂଲ୍ୟବାନ ଗୁଣ ବିଷୟରେ

ରାଶିର ମଞ୍ଜିକୁ ଦିର୍ଘବର୍ଷରୁ ତେଲ ବାହାର କରିବାରେ ବ୍ୟବହାର କରାଯାଉଛି l ସାରା ବିଶ୍ୱରୁ ପାଖାପାଖି ୭୦ ପ୍ରତିସଦ ବ୍ୟକ୍ତି ରାଶିର ତେଲ ବାହାର କରୁଛନ୍ତି l ରାଶିର ମଞ୍ଜିରେ ଅନେକ ପୋଷଣ ତତ୍ୱ ଭରପୁର ମାତ୍ରାରେ ମିଳିଥାଏ ଓ ଫ୍ୟାଟ ବ୍ୟତୀତ ପ୍ରୋଟିନ ମଧ୍ୟ ପ୍ରଚୁର ମିଳେ

ଜାପାନରେ ରାଶିକୁ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ବ୍ୟବହାର କରାଯାଏ l ନିକଟରେ ହୋଇଥିବା ଏକ ଗବେଷଣାର ଏକ ତଥ୍ୟରୁ ରାଶି ସ୍ୱାସ୍ଥ୍ୟ ପାଇଁ କି ପ୍ରକାର ଲାଭ ଦାୟକ ସେ ବିଷୟରେ କୁହ ଯାଇଛି l କୁହ ଯାଇଛି ଯେ ରାଶିର ତେଲ ତ୍ୱଚା ଓ କେଶକୁ ଉନ୍ନତ କରିବା ସହିତ ଅନେକ ରୋଗରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ l

* ହୃତପିଣ୍ଡ ପାଇଁ ଲାଭଦାୟକ -ଆଜିକାଲି ବଜାରରେ ଭଲ ଓ ଖରାପ ଦୁଇ ପ୍ରକାରର ଫ୍ୟାଟ ଯୁକ୍ତ ତେଲ ମିଳୁଛି l ରାଶିର ତେଲ ଅନସେଚୁରେଟେଡ ଓ ମୋନୋ ଅନସେଚୁରେଟେଡ ଫ୍ୟାଟରେ ଭରପୁର ହୋଇଥାଏ l ଯେବେକି ସେଚୁରେଟେଡ ଫ୍ୟାଟ କମ ଥାଏ l ଏହା ହୃତ୍ପିଣ୍ଡକୁ ସୁସ୍ଥ ରଖିବା ଓ କୋଲେଷ୍ଟ୍ରଲ ଲେବୁଲକୁ କାବୁ କରିବାରେ ଯୋଗ୍ୟ ହୋଇଥାଏ l

* ଫ୍ୟାଟ ସେଚୁରେଟେଡ ଓ ଅନସେଚୁରେଟେଡ ଦୁଇ ପ୍ରକାରର ହୋଇଥାଏ l ଅନସେଚୁରେଟେଡ ଫ୍ୟାଟ ଶରୀର ପାଇଁ ଲାଭଦାୟକ ହୋଇଥାଏ ଓ ସେଚୁରେଟେଡ ଫ୍ୟାଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ l ସେଚୁରେଟେଡ ଫ୍ୟାଟରେ ଖରାପ କୋଲେଷ୍ଟ୍ରଲର ସ୍ତର ବଢିଥାଏ l ଓ ହୃଦୟ ସମ୍ବଧୀୟ ରୋଗ ହେବାର ବିପଦ ବଢି ଯାଇଥାଏ l ଅନସେଚୁରେଟେଡ ଫ୍ୟାଟ ମଧ୍ୟ ଦୁଇ ପ୍ରକାରର ହୋଇଥାନ୍ତି l ଗୋଟିଏ ହେଲା ମୋନୋ ଅନସେଚୁରେଟେଡ ଓ ଅନ୍ୟଟି ହେଲା ପୋଲି ଅନସେଚୁରେଟେଡ l

* ରାଶିରେ ଥିବା ଓ଼ମେଗ-୬ ଫ୍ୟାଟି ଏସିଡ ହୃଦୟ ସମ୍ବଧୀୟ ରୋଗକୁ ଅଟକାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

* ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରେ l ରାଶିର ତେଲ ସୁସ୍ଥ ରକ୍ତ ଶର୍କରାକୁ ମଝବୁତ କରିବାରେ ସାହାଯ୍ୟ କରିଥାଏ l ଗୋଟିଏ ଗବେଷଣାରୁ ଜଣ ପଡିଛି ଯେ ମଧୁମେହରା ଶିକାର ହୋଇଥିବା ମୂଷା ମାନଙ୍କୁ ୪୨ ଦିନ ପର୍ଯ୍ୟନ୍ତ ରାଶିର ତେଲ ଖାଦ୍ୟ ଭାବରେ ଦିଅ ଯାଇଥିଲା l ଏହା ପରେ ସେମାନଙ୍କର ରକ୍ତ ଶର୍କରା ନିୟନ୍ତ୍ରିତ ହେବାର ଦେଖା ଯାଇଥିଲା l ରାଶି ତେଲ ଦୀର୍ଘ ସମୟ ଧରି ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

* ନିଦ ଭଲ ହୋଇଥାଏ -ଗୋଟିଏ ଗବେଷଣାରେ ଜଣ ପଡିଛି ଯେ ରାଶି ତେଲକୁ କାନ ମୂଳରେ ୩୦ ମିନିଟ ପର୍ଯ୍ୟନ୍ତ ମାଲିସ କରିବ ଦ୍ୱାରା ନିଦ ଭଲ ହୋଇଥାଏ l କିଛି ଗବେଷଣାର ତଥ୍ୟରେ ଜଣ ପଡିଛି ଯେ ରାଶି ତେଲ ମାଲିସ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ କମ ହୋଇଥାଏ l

Show More

Related Articles

Back to top button