ସ୍ୱାସ୍ଥ୍ୟ

ଆପଣ ଜାଣନ୍ତି କି : ଅମୃତଭଣ୍ଡାର ପତ୍ର ମଧ୍ୟ ଆମ ଶରୀର ପାଇଁ ଔଷଧର କାମ କରିଥାଏ

ଆପଣ ସମସ୍ତେ ଜାଣିଛନ୍ତି ଅମୃତ ଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର l ଏହାକୁ ଆମେ ଫଳ ଓ ପାରିବ ଭାବରେ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଇ ଥାଉ l ଅମୃତ ଭଣ୍ଡାକୁ କଞ୍ଚା ସମୟରେ ତରକାରୀ କରି ଏବଂ ପାଚିଲା ପରେ ଫଳ ଭାବରେ ଖାଇବାକୁ ଉଚିତ ଭାବୁ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅମୃତ ଭଣ୍ଡା ଗଛର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଅଟେ

ଏଥିରେ ଅନେକ ପ୍ରକାରର ରୋଗର ଉପଚାର ହୋଇ ପାରିବ ବୋଲି ଗବେଷକ ମାନେ କହିଛନ୍ତି l ଅମୃତ ଭଣ୍ଡା ପାତ୍ରରେ ଏପରି କିଛି ତତ୍ୱ ରହିଛି ଯାହା ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର ହୁଏ l

ରକ୍ତଶର୍କରା ସ୍ତରକୁ ସନ୍ତୁଳିତ ରଖେ -ଅମୃତ ଭଣ୍ଡାର ଗଛର ପତ୍ର ସାଧାରଣତଃ ମଧୁମେହ ରୋଗ ପାଇଁ ଗୋଟିଏ ପ୍ରାକୃତିକ ଔଷଧ ଭାବରେ ଉପଯୋଗ କରାଯାଏ l ଏହା ଦ୍ୱାରା ରକ୍ତ ସରକାର ସ୍ଥରରେ ସୁଧାର ଅଣାଯାଏ l ଏହା ଅଗ୍ନାଶୟକୁ ସ୍ଵଂତୁଳିତ ରଖିଥାଏ l ଏବଂ କୋଷିକା ଗୁଡିକୁ ସୁସ୍ଥ ରଖେ l ଏହା ବର୍ତ୍ତମାନ ଗବେଷଣା ମାଧ୍ୟମରେ ଜଣା ପଡିଛି l

ପାଚନ ଶକ୍ତିରେ ସୁଧାର ଆଣେ -ଅମୃତ ଭଣ୍ଡା ପତ୍ର ଗ୍ୟାସ ,ଏସିଡ଼ିଟି ଓ ବଦହଜମି ଇତ୍ୟାଦିକୁ ଠିକ କରିବା ପାଇଁ ସାହାଯ୍ୟ କରିଥାଏ l ଅମୃତଭଣ୍ଡା ପାତ୍ରରେ ଫାଇବର ରହିଛି ,ଯାହା ପାଚନ ସ୍ୱାସ୍ଥ୍ୟକୁ ସୁଦୃଢ କରିଥାଏ l ଅନ୍ତ ସମ୍ବଧୀୟ ସମସ୍ୟା ଯେପରି କି କୋଷ୍ଠକାଠିନ୍ୟ ଓ ଗ୍ୟାସ ପ୍ରଭୃତି ସମସ୍ୟା ପାଇଁ ମଧ୍ୟ ହିତକର l

ସୁସ୍ଥ ତ୍ୱଚା ପାଇଁ ଲାଭ ଦାୟକ -ଅମୃତଭଣ୍ଡା ପତ୍ରର ବ୍ୟବହାର ତ୍ୱଚା ଏବଂ ମୁଖମଣ୍ଡଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ l ଏଥିରେ ପ୍ରୋଟିନ ସହିତ ମିଶିଯିବ ଭଳି ଏଞ୍ଜାଇମ ରହିଛି ଯାହାକୁ ପପେନ କୁହାଯାଏ l ସେହି ହିସାବରେ ତ୍ୱଚାରୀ ଧୂଳି ଓ ମୃତ କୋଷିକା ହଟିବାରେ ଅମୃତଭଣ୍ଡା ପତ୍ର ସାହାଯ୍ୟ କରେ l

Show More

Related Articles

Back to top button