Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ସାଧାରଣ ନିର୍ବାଚନ-କଡା ସୁରକ୍ଷା ବଳୟ ଭିତରେ ମତଦାନ ଆରମ୍ଭ

ନ୍ୟାସନାଲ ଆସେମ୍ବଲିର 266 ଆସନ ପାଇଁ 12.85 କୋଟି ଭୋଟର
ଇସଲମାବାଦ , 8 ଫେବୃଆରୀ – ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ସକାଳ 8ଟାରେ ମତଦାନ ଆରମ୍ଭ ହୋଇଛି, ଯାହାକି ସନ୍ଧ୍ୟା 5ଟାରେ ଶେଷ ହେବ । ନିର୍ବାଚନ ପୂର୍ବ ସନ୍ଧ୍ୟାରେ ହୋଇଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପ୍ରାୟ 6,50,000 ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ମତଦାନ ସମୟରେ ଟେଲିଫୋନ ସେବା ବନ୍ଦ କରିଦିଆଯାଇଛି । ବୁଧବାର ବେଲୁଚିସ୍ତାନ ଅଞ୍ଚଳରେ ନିର୍ବାଚନ କାର୍ଯ୍ୟାଳୟକୁ ନିଶାନା କରି ଦୁଇଟି ବୋମା ବିସ୍ଫୋରଣରେ 25ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 42ଜଣ ଆହତ ହୋଇଛନ୍ତି ।
ଆଜି ହୋଇଥିବା ମତଦାନରେ 74 ବର୍ଷୀୟ ସରିଫଙ୍କ ନଜର ରେକର୍ଡ ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେବା ଉପରେ ରହିଛି । ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଜେଲରେ ଥିବା କାରଣରୁ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ-ନୱାଜ ନିର୍ବାଚନରେ ସବୁଠୁ ବଡ ପାର୍ଟି ଭାବେ ଉଭା ହୋଇପାରେ । ନୱାଜ ସରିଫଙ୍କ ସମର୍ଥନ କରୁଛି ସେନା ।

Show More

Related Articles

Back to top button