Breaking PLUSଦେଶମୁଖ୍ୟ ଖବର

ବିହାର-ଦରଭଙ୍ଗା-ସହରସା ରାସ୍ତାରେ ସଡକ ଦୁର୍ଘଟଣାରେ 3 ମୃତ

ପାଟଣା, 8 ଫେବୃଆରୀ- ବିହାରରେ ବରଗାଓଁ ଓପି ଥାନା ଅନ୍ତର୍ଗତ ଦରଭଙ୍ଗା-ସହରସା ମୁଖ୍ୟ ରାସ୍ତା ଏସଏଚ-17 ସ୍ଥିତ ବଜରଙ୍ଗ ଚୌକରେ ବୁଧବାର ବିଳମ୍ବିତ ରାତିରେ ହାଇୱା ଓ ବାଇକ ମଧ୍ୟରେ ଧକ୍କା ଯୋଗୁ ଘଟଣାସ୍ଥଳରେ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି ।
ମୃତକ ହେଲେ ଆସି ଗାଁର ବାସିନ୍ଦା ମହମ୍ମଦ ବଦରୁଲଙ୍କ 20 ବର୍ଷୀୟ ପୁଅ ମହମ୍ମଦ ଅନୱର ଓ ମହମ୍ମଦ ଅନସାରଙ୍କ 27 ବର୍ଷୀୟ ପୁଅ ମହମ୍ମଦ ଅଞ୍ଜର । ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ତୃତୀୟ ଯୁବକ ହେଲେ ମହମ୍ମଦ ମୋତିମଙ୍କ 17 ବର୍ଷୀୟ ପୁଅ ମହମ୍ମଦ ଫରହାନ ।
ବଦରୁଲ ନିଜ 2ଜଣ ସାଙ୍ଗଙ୍କ ସହିତ ଗୋଟିଏ ବାଇକରେ ନିଜ ଶ୍ୱଶୁର ଘର କୋଠରାମ ରୁ ନିଜ ଗାଁକୁ ଫେରୁଥିଲେ । ତେବେ ବଜରଙ୍ଗ ଚୌକ ଉପରେ ରାତି ପ୍ରାୟ 9ଟା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ 2ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button