Breaking PLUSଦେଶମୁଖ୍ୟ ଖବର

ସଡକ ଦୁର୍ଘଟଣାରେ ସ୍ୱେଚ୍ଛାସେବୀଙ୍କ ସମେତ 4 ମୃତ, 22 ଆହତ

ଉତ୍ତର ଦିନାଜପୁର, 8 ଫେବୃଆରୀ- ଉତ୍ତର ଦିନାଜପୁର ଜିଲ୍ଲାର କରଣଦିଘୀର ତୁଙ୍ଗିଦିଘି ବସ୍ ଷ୍ଟାଣ୍ଡ ଅଞ୍ଚଳରେ 12 ନମ୍ବର ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ସ୍ୱେଚ୍ଛାସେବୀଙ୍କ ସମେତ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏକ ମକା ବୋଝେଇ ଟ୍ରକ ଭାରସାମ୍ୟ ହରଇ ଦୁଇଟି ଗାଡିକୁ ଧକ୍କା ଦେବା ପରେ ଓଲଟିପଡିଥିଲା । ଗୁରୁତର ଅବସ୍ଥାରେ ଟ୍ରକରୁ 5ଜଣଙ୍କୁ ବାହାରକୁ ବାହାର କରାଯାଇଥିଲା । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଟ୍ରକଟି ଦ୍ରୁତଗତିରେ ରାୟଗଞ୍ଜରୁ ଆସୁଥିଲା ବେଳେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓ ଏହାପରେ ଏକ ସ୍କର୍ପିଓଙ୍କୁ ଧକ୍କା ଦେଇଥିଲା । 3ଟି ଯାକ ରାସ୍ତାରେ ଓଲଟିପଡିଥିଲା । ଦୁର୍ଘଟଣାରେ ଜଣେ ସ୍ୱେଚ୍ଛାସେବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Show More

Related Articles

Back to top button