Breaking PLUSଦେଶଦେଶ ବିଦେଶସ୍ୱତନ୍ତ୍ର

ମଦକୁ ନେଇ ପାକିସ୍ଥାନ ଓ ଉତ୍ତର କୋରିଆରେ ଦେଖାଦେଲା ବିବାଦ

କୋରିଆର ଦୂତବାସରେ ପ୍ରବଳମାତ୍ରାରେ ମଦ ଥିବାର ସୂଚନା

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଇସଲମାବାଦ ଥିବା ଉତ୍ତର କୋରିଆର ଦୂତବାସରେ ପ୍ରବଳମାତ୍ରାରେ ମଦ ଥିବାର ସୂଚନା ମିଳିଥିଲା । ଏହାପରେ ପାକିସ୍ଥାନୀ ପୁଲିସ ଚଢଉ ଆରମ୍ଭ କରିଥିଲା। ଚଢଉ ସମୟରେ ଉତ୍ତର କୋରିଆ ଦୂତବାସକୁ କ୍ଷତି ପହଞ୍ଚିଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ଉତ୍ତର କୋରିଆ ତରଫରୁ କଡା ଆପତ୍ତି କରାଯାଇ ଥିବାବେଳେ ଉତ୍ତର କୋରିଆର ଦୂତବାସ ତରଫରୁ କୁହାଯାଇଛି ଯେ ଏହି ଘଟଣାରେ ‘ଭିଏନା ସନ୍ଧି’ର ଘୋର ଉଲ୍ଲଙ୍ଘନ କରାଯାଇଛି

ପାକିସ୍ତାନର ଏକ ଜାତୀୟ ଖବର କାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଉତ୍ତର କୋରିଆର ଦୂତବାସ ଇସଲମାବାଦ ପୁଲିସ ମହାନିରୀକ୍ଷକଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ଅଛି ଯେ ଇସଲମାବାଦର ଏକ ପୁଲିସ ଷ୍ଟେସନରୁ କିଛି ପୁଲିସ ଅଧିକାରୀ ୭ ମାର୍ଚ୍ଚରେ ବେଆଇନ ଭାବେ ଦୂତବାସରେ ପ୍ରବେଶ କରିଥିଲେ। ଦୂତବାସର ସଦସ୍ୟ ପୁଲିସଙ୍କୁ ମନେପକାଇ ଦେଇଥିଲେ ଯେ ଏହା ଉତ୍ତର କୋରିଆ ଦୂତବାସର ଅଞ୍ଚଳ, ତେଣୁ ଚଢାଉକୁ ରୋକାଯାଉ। କିନ୍ତୁ ପୁଲିସ ଉତ୍ତରକୋରିଆ ସଦସ୍ୟଙ୍କ କଥାକୁ ମାନି ନଥିଲେ। ପୁଲିସ କିଛି ଜିନିଷକୁ ଜବତ କରିବାର ବାହାନାରେ ଷ୍ଟୋରରୁମରେ ଛାନଭିନ୍ କରିଥିଲା ଓ ଦୂତବାସର କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଡରାଇ ଥିଲା। ପୁଲିସ କବାଟକୁ ଭାଙ୍ଗି ଦେଇଥିଲା ଓ ଏକ କ୍ୟାମେରାକୁ ଭାଙ୍ଗିଥିଲା। ଉ.କୋରିଆ ଦୂତବାସ ଏହି ଘଟଣାକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ଚିଠିରେ ଏହା ବି ଲେଖା ହୋଇଛି, ଏହି ଘଟଣାର ତଦନ୍ତ କରାଯାଉ ଓ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ସେଥିପାଇଁ ଉତ୍ତର କୋରିଆର ଦୂତବାସ ତରଫରୁ ଦାବି କରାଯାଉଛି।

Show More

Related Articles

Back to top button