Breaking PLUSଓଡ଼ିଶାଦୁର୍ଘଟଣାଦେଶଦେଶ ବିଦେଶମୁଖ୍ୟ ଖବର

ଉତ୍ତରପ୍ରଦେଶରେ ଭୋଟ ଗଣତି ବେଳେ ନିଜ ନିଜ ପ୍ରାର୍ଥୀକୁ ନେଇ ଉତ୍ତେଜନା

ଭୋଟ ଗଣତି ସ୍ଥାନର ବାହାରେ ଉତ୍ତେଜନା କରୁଥିବା ଆରଏଲ୍‌ଡି କର୍ମକର୍ତ୍ତାଙ୍କୁ ପୋଲିସ ଲାଠି ଚାର୍ଜ କରିଥିବା ଜଣାପଡ଼ିଛି।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳର ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ଭାଜପା) ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରୁଥିବା ବେଳେ ଅନେକ ସ୍ଥାନରେ ଦଳକୁ ସଂଘର୍ଷ ମଧ୍ୟ କରିବାକୁ ପଡ଼ିଛି। ଏଭଳି ପରିସ୍ଥିତିରେ ଅନେକ ସ୍ଥାନରୁ ଉତ୍ତେଜନା ଖବର ସାମ୍ନାକୁ ଆସିଛି।  କର୍ମକର୍ତ୍ତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଯାଇ ନିୟନ୍ତ୍ରଣ ବାହାରେ ହୋଇଯାଇଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶ ବାଗପାଟରେ ଆରଏଲ୍‌ଡି କର୍ମକର୍ତ୍ତାଙ୍କ ଉତ୍ତେଜନା ସାମ୍ନାକୁ ଆସିଛି। ଭୋଟ ଗଣତି ସ୍ଥାନର ବାହାରେ ଉତ୍ତେଜନା କରୁଥିବା ଆରଏଲ୍‌ଡି କର୍ମକର୍ତ୍ତାଙ୍କୁ ପୋଲିସ ଲାଠି ଚାର୍ଜ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଉତ୍ତ୍ୟକ୍ତ କର୍ମକର୍ତ୍ତାମାନେ ପୋଲିସଙ୍କ ଉପରକୁ ପଥର ଫିଙ୍ଗିଥିଲେ।
ଏଭଳି ପରିସ୍ଥିତିରେ ଭୋଟ ଗଣତି କେନ୍ଦ୍ର ବାହାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆରଏଲ୍‌ଡି କର୍ମକର୍ତ୍ତାଙ୍କ ଦ୍ୱାରା ଫୋପାଡାଯାଇଥିବା ପଥରରେ ଅନେକ ପୋଲିସ ଆହତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା କରାଯାଇଛି। ଅନ୍ୟପଟେ ପୋଲିସର ଲାଠିଚାର୍ଜରେ ମଧ୍ୟ ଅନେକ କର୍ମକର୍ତ୍ତା ସାମାନ୍ୟ ଆହତ ହୋଇଥିବା ନେଇ ବାଗପାଟ ଏସ୍‌ପି ନୀରଜ କୁମାର ସୂଚନା ଦେଇଛନ୍ତି। ସେମାନଙ୍କର ମଧ୍ୟ ଚିକିତ୍ସା କରାଯାଇଛି। ଅନ୍ୟପଟେ ଗଣ୍ଡଗୋଳ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନୀରଜ କୁମାର ମତ ଦେଇଛନ୍ତି ।

Show More

Related Articles

Back to top button