Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

୪ ରାଜ୍ୟର ଫଳାଫଳକୁ ନେଇ ବିଜେପିର ବିଜୟ ଉତ୍ସବ ପାଳିତ

 ୪ ରାଜ୍ୟରେ ବିଜୟର ଫଳାଫଳକୁ ନେଇ ବିଜେପି ପାଳନ କରୁଛି ବିଜୟ ଉତ୍ସବ ।

୪ ରାଜ୍ୟରେ ବିଜୟର ଫଳାଫଳକୁ ନେଇ ବିଜେପି ପାଳନ କରୁଛି ବିଜୟ ଉତ୍ସବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ବିଜୟ ଉତ୍ସବ ପାଳନ । ଉତ୍ସବ ପାଇଁ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ ସମ୍ୱୋର୍ଦ୍ଧନା । ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ଏହି ଉତ୍ସବ ଭାରତର ଲୋକତନ୍ତ୍ର ପାଇଁ । ଏହା ସହ ସେ ନିର୍ବାଚନରେ ଭାଗ ନେଇଥିବା ସବୁ ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଉଚିତ୍ ନିର୍ଣ୍ଣୟ ପାଇଁ ମତଦାତାଙ୍କ ଆଭାର ପ୍ରକଟ କରିଛନ୍ତି । ମା’ ମାନେ ଭଉଣୀମାନେ ଏବଂ ଯୁବକମାନେ ଯେଉଁ ପ୍ରକାର ସର୍ମଥନ ଦେଇଛନ୍ତି ତାହା ଏକ ବଡ଼ ସନ୍ଦେଶ । ପ୍ରଥମ ଥର ପାଇଁ ଫାଷ୍ଟ ଟାଇମ ଭୋଟର ଅଧିକ ମାତ୍ରରେ ମତଦାନ କରିଛନ୍ତି ଏବଂ ଭାଜପାର ବିଜୟ ସୁନିଶ୍ଚିତ କରିଥିଲେ । ଏହା ସହ ସେ ଭାଜପାର ନେତୃତ୍ୱ ଏବଂ କର୍ମକର୍ତ୍ତାଙ୍କୁ ପ୍ରଂଶସା କରିଛନ୍ତି । ମୋଦୀ କହିଛନ୍ତି ଉତ୍ତର ପ୍ରଦେଶ ଅନେକ ପ୍ରଧାନମନ୍ତ୍ରୀ ଦେଇଛି କିନ୍ତୁ ପାଞ୍ଚ ବର୍ଷରେ କାର୍ଯ୍ୟକାଳ ପୂରା କରିଥିବା କୌଣସି ମୁଖ୍ୟମନ୍ତ୍ରୀ ପୁଣି ଥରେ ବଛାଯିବା ଏହା ପ୍ରଥମ ଉଦାହରଣ । ଉତ୍ତର ପ୍ରଦେଶରେ ୩୭ ବର୍ଷ ପରେ କୌଣସି ସରକାର କ୍ରମାଗତ ଦ୍ୱିତୀୟ ଥର ସାମ୍ନାକୁ ଆସିଛି । ଗୋଆର ଜନତା ତୃତୀୟ ଥର ପାଇଁ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଉତ୍ତରାଖଣ୍ଡରେ ଭାଜପା ନୂଆ ଇତିହାସ ରଚିଛି । ଏହି ୪ ରାଜ୍ୟରେ ବିଜୟ ୪ ଦିଗରୁ ଆର୍ଶୀବାଦ ମିଳିଛି । ବିଜୟର ଖୁସି ମନାଉଛନ୍ତି ବିଜେପି ଦଳ ।

Show More

Related Articles

Back to top button