Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପାକିସ୍ତାନ ଆଗରେ ୩୬୮ ରନ୍‌ର ଟାର୍ଗେଟ୍‌ ରଖିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ବିଶ୍ୱକପ୍‌ର ୧୮ତମ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ଦୁଇ ଓପନର ଡେଭିଡ୍‌ ଓ୍ବାର୍ନର ଏବଂ ମିଚେଶ ମାର୍ଶଙ୍କ ଶତକୀୟ ଇନିଂସ୍‌ ବଳରେ ଅଷ୍ଟ୍ରେଲିଆର ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୩୬୭ ରନ୍‌ କରିଛି। ଫଳରେ ପାକିସ୍ତାନ ଆଗରେ ୩୬୮ ରନ୍‌ର ବିଶାଳ ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ।

ଦୁଇ ଓପନର ଓ୍ବାର୍ନର ଏବଂ ମାର୍ଶ ଉଭୟ ପ୍ରଥମ ଉଇକେଟ ଯୋଡ଼ିରେ ରେକର୍ଡ ୨୫୯ ରନ୍‌ କରିଥିଲେ। ଓ୍ବାର୍ନର ବିସ୍ଫୋରକ ବ୍ୟାଟିଂ କରି ୧୨୪ ବଲ୍‌ରେ ୧୪ ଚଉକା ଏବଂ ୯ ଛକା ସହାୟତାରେ ୧୬୩ ରନ୍‌ କରିଥିବା ବେଳେ ମାର୍ଶ ୧୦୮ ବଲ୍‌ ଖେଳି ୧୦ ଚଉକା ଏବ ୯ ଛକା ସହାୟତାରେ ୧୨୧ ରନ୍‌ କରିଥିଲେ । ଦୁଇ ଓପରନ ଯୋଡ଼ିଙ୍କ ଉଇକେଟ୍‌ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ବିଫଳ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆର ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଉଇକେଟ୍‌ ହରାଇ ୩୬୭ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ହାରିସ ରୌଫ ୩ ଉଇକେଟ ନେଇଥିଲେ। ଉସାମା ମୀର ଗୋଟିଏ ଉଇକଟେ ନେବାରେ ସଫଳ ହୋଇଥିଲେ।

Show More

Related Articles

Back to top button