ଦେଶ ବିଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୩.୦ : ୮ ଲକ୍ଷ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ

୭୧୭ ଟି ଜିଲ୍ଲାରେ ଆରମ୍ଭ

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତରେ ୨୦୨୨ ଭିତରେ ଦେଶର ପାଖାପାଖି ୪୦ କୋଟି ଲୋକଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଲକ୍ଷ ରଖା ଯାଇଛି l ପ୍ରଶିକ୍ଷଣ ନେବା ପରେ ନିଜ ରୋଜଗାର ପାଇଁ ଋଣ ପ୍ରାପ୍ତ କରିବାର ସୁବିଧା ମଧ୍ୟ ରହିଛି l ଏହି ଯୋଜନାର ତୃତୀୟ ଚରଣ ଆରମ୍ଭ ହୋଇ ସାରିଛି l PMKBY-୩.୦ ରେ ୮ ଲକ୍ଷ ଯୁବକଙ୍କୁ ଟ୍ରେନିଂ ଦେବାର ଲକ୍ଷ ରଖ ଯାଇଛି l ଯେଉଁଥିରେ ୯୪୮.୯୦ କୋଟି ଟଙ୍କା ଖର୍ଚ ହେବ l କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବୟାନ ଅନୁସାରେ PMKBY-୩.୦ କୁ ୨୮ ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ପ୍ରଦେଶରେ ୭୧୭ ଟି ଜିଲ୍ଲାରେ ଆରମ୍ଭ କରାଯିବ l

ଏହିପରି କରନ୍ତୁ ପ୍ରଞ୍ଜିକୃତ –
ପ୍ରଧାନମନ୍ତ୍ରୀ କୌଶଳ ବିକାଶର ଲାଭ ନେବାପାଇଁ ଆବେଦକ ମାନେ ନିଜର ନାମାଙ୍କନ କରିବା ବଶ୍ୟକ l ସେଥିପାଇଁ http://pmkvyofficial.org କୁ ଯାଇ ନିଜର ନାମ ,ଠିକଣା ଓ ଇ-ମେଲ୍ ଇତ୍ୟାଦି ତଥ୍ୟ ଦେବାକୁ ପଡିବ l ଫର୍ମ ଭରିବା ପରେ ଆବେଦକ ଯେଉଁ କୋର୍ସର ଟ୍ରେନିଂ ନେବାକୁ ଚାହୁଁଛନ୍ତି ତାହାକୁ ବାଛିବାକୁ ପଡିବ l PMKVY ରେ କଣ୍ଟ୍ରକ୍ସନ ,ଇଲୋକ୍ଟ୍ରୋନିକ ଏବଂ ହାର୍ଡୱେର ,ଫୁଡ ପ୍ରୋସେସିଂ ,ଫନୀଚର ଓ ଫିଟିଙ୍ଗ ,ହାଣ୍ଡିକ୍ରାସ୍ପଟ ,ସ୍ଵର୍ଣ ଅଳଙ୍କାର ଓ ଲେଦର ଟେକନୋଲଜି ଭଳି ପାଖାପାଖି ୪୦ ଟି କୋର୍ସର ଶିକ୍ଷା ଦିଆଯାଇଛି l ଏଥିରେ ନିଜର ପସନ୍ଦ ଯୋଗ୍ୟ କୋର୍ସ ବ୍ୟତୀତ ଅତିରିକ୍ତ କୋର୍ସ ମଧ୍ୟ ବାଛି ପାରିବେ l ଏହି ତଥ୍ୟକୁ ଭରିବା ପରେ ଆପଣ ଟ୍ରେନିଂ ସେଣ୍ଟରର ଚୟନ କରିବେ l

 

modi
modi

PMKVY ଉପରେ ପକାନ୍ତୁ ଗୋଟିଏ ନଜର –
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ପାଇଁ କୌଣସି ରାଶି ଦେବାକୁ ପଡିବ ନାହିଁ ,ତା ବଦଳରେ ପୁରସ୍କାର ବାବଦରେ ୮ହଜାର ପୁରସ୍କାର ରାଶି ସରକାର ଦେଇଥାନ୍ତି l ଏଥିରେ ୩ ମାସ ,୬ ମାସ ଓ ଏକ ବର୍ଷ ପାଇଁ ପଞ୍ଜିକୃତ କରାଯାଇଥାଏ l କୋର୍ସ ପୁରା କରିବା ପରେ ପ୍ରମାଣପତ୍ର ମିଳିଥାଏ l ଏହି ପ୍ରମାଣ ପତ୍ର ସାରା ଦେଶରେ ମାନ୍ୟ ଅଟେ l ଟ୍ରେନିଂ ପରେ ସରକାର ଆର୍ଥିକ ସହାୟତା କରିବା ସହିତ ଚିକିରି ଦେବାରେ ମଧ୍ୟ ସାହାଯ୍ୟ କରନ୍ତି l ରୋଜଗାର ମେଳା ମାଧ୍ୟମରେ ସରକାର ଏହିଭଳି ଯୁବକ ମାନଙ୍କୁ ଚିକିରି ଦେବାରେ ସାହାଯ୍ୟ କରି ଥାନ୍ତି l PMKVY ଯୋଜନାର ଉଦେଶ୍ୟ ହେଲା ଏଭଳି ଲୋକଙ୍କୁ ରୋଜଗାରର ସୁବିଧା ଦେବା ଯେଉଁମାନେ କମ ପାଠ ପଢ଼ିଛନ୍ତି କିମ୍ବା ମଝିରେ ସ୍କୁଲ ଛାଡି ଦେଇଛନ୍ତି l PMKVY ର ପାଠ୍ୟକ୍ରମ ପୁରା ହେବାପରେ ଆପଣଙ୍କ ସ୍ୱୀକୃତି ପ୍ରାପ୍ତ ଏଜେନ୍ସି ଦ୍ୱାରା ମୂଲ୍ୟାଙ୍କନ କରାଯିବ l ଯଦି ଆପଣ ମୂଲ୍ୟାଙ୍କନରେ ପାସ କରୁଛନ୍ତି ତେବେ ଆପଣ ସରକାରୀ ପ୍ରମାଣ ପତ୍ର ଓ ସ୍କିଲ କାର୍ଡ ପ୍ରାପ୍ତ କରିବେ l

Show More

Related Articles

Back to top button