ଦେଶ ବିଦେଶରାଜନୀତି

ପଇସା ଦେଇ ନିଜ ଅଞ୍ଚଳରେ ଟିକା ନେବେ ବିଜେପି ମନ୍ତ୍ରୀ, ସାଂସଦ ଓ ବିଧାୟକ

ଭାରତରେ କରୋନା ମହାମାରୀ ବରୋଧରେ ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି । ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍‌ସରେ ପହଞ୍ଚି ପ୍ରଥମେ ଟିକା ନେଇ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣର ଶୁଭାରମ୍ଭ କରିଥିଲେ

ଭାରତ ବାୟୋଟେକ୍‌ ଦ୍ବାରା ନିର୍ମିତ କୋଭାକ୍ସିନ୍‌ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଟିକା ନେଇଛନ୍ତି ।ଅନ୍ୟପଟେ ବିଜେପି କହିଛି ଯେ, ଦଳର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ଆସନ୍ତା ସପ୍ତାହେ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ନେ​‌ବେ । ଦଳ ତରଫରୁ ନିର୍ଦେଶ ଦିଆଯାଇଛି ଯେ, ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେତାମାନେ ନିଜ ନିଜ ଅଞ୍ଚଳରେ ପଇସା ଦେଇ ଟିକା ଲଗାଇବେ ।

ବିଜେପି ପକ୍ଷରୁ ଏଭଳି ଘୋଷଣା ଏଥିପାଇଁ କରାଯାଇଛି ଯେ, ସରକାରୀ ହସ୍ପିଟାଲରେ ସେହିମାନଙ୍କୁ ଟିକା ମାଗଣଶରେ ମିଳିପାରିବ ଯେଉଁମାନେ ଟିକାର ମୂଲ୍ୟ ଦେବାକୁ ଅକ୍ଷମ ଥିବେ । ଏହା ସହିତ ସମସ୍ତ ନେତାମାନଙ୍କୁ ନିର୍ଦେଶ ଦିଆଯାଇଛି ନିଜ ନିଜ ଅଞ୍ଚଳରେ ଟିକା ନେବା ପାଇଁ କାରଣ ଏହା ହେଲେ ସାଧାରଣ ଲୋକମାନଙ୍କର ଟିକା ଉପରେ ଭରଷା ବୃଦ୍ଧି ପାଇବ ଏବଂ ସେମାନେ ବିନା କୌଣସି ଚାପରେ ଟିକା ନେଇପାରିବେ ।

Show More

Related Articles

Back to top button