ଦେଶ ବିଦେଶମୁଖ୍ୟ ଖବର

ICSE, ISC Board Exam 2021: ଦ୍ଵାଦଶ ପରୀକ୍ଷା ଏପ୍ରିଲ ୮ରୁ, ଦଶମ ପରୀକ୍ଷା ମେ ୫ରୁ ଆରମ୍ଭ

ବିଦ୍ୟାର୍ଥୀ, ଅଭିବାବକ ଓ ଶିକ୍ଷକଙ୍କ ପାଇଁ ଏହି ଖବର ବହୁତ ଗୁରୁତ୍ଵପୂର୍ଣ୍ଣ। କାଉନସିଲ୍ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏଗଜାମିନେସନ ଅର୍ଥାତ ସିଆଇଏସସିଇ, ଆଇସିଏସଇ ଓ ଆଇଏସସି ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଦ୍ଵାଦଶ ବୋର୍ଡ ପରୀକ୍ଷା ୨୦୨୧ ଏପ୍ରିଲ ୮ରୁ ଆରମ୍ଭ ହେଉଥିବା ବେଳେ ଦଶମ ବୋର୍ଡ ପରୀକ୍ଷା ୨୦୨୧ ମେ ୫ରୁ ଆରମ୍ଭ ହେବ

ସିଆଇଏସସିଇ ପକ୍ଷରୁ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାର ଫଳାଫଳ ୨୦୨୧ ଜୁଲାଇରେ ଘୋଷଣା କରାଯିବାର ପ୍ରସ୍ତାବ ରହିଛି। ଉଲ୍ଲେଖଯୋଗ୍ୟ, ଆଇସିଏସଇର ଅର୍ଥ ଇଣ୍ଡିଆନ ସାର୍ଟିଫିକେଟ୍ ଅଫ ସେକେଣ୍ଡାରୀ ଏଜୁକେସନ ହୋଇଥିବା ବେଳେ ଆଇଏସସିର ଅର୍ଥ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍। ଏହି ଦୁଇ ପରୀକ୍ଷା ସହିତ ପରିଣାମ ଘୋଷଣା କରିବାର ଦାୟିତ୍ଵ ସିଆଇଏସସିଇ ଉପରେ ରହିଛି।

ସିଆଇଏସସିଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅଧିକାଂଶ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବ। କିଛି ପରୀକ୍ଷା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ କୋଭିଡ୍-୧୯ ମହାମାରୀ କାରଣରୁ ବୋର୍ଡ ପରୀକ୍ଷା ରଦ୍ଦ ହୋଇଥିଲା। ଛାତ୍ର-ଛାତ୍ରୀଙ୍କ ମୂଲ୍ୟାଙ୍କନ ପୂର୍ବ ପରୀକ୍ଷାର ଫଳାଫଳ ଆଧାରରେ କରାଯାଇଥିଲା। ଶିକ୍ଷା ବୋର୍ଡ ସର୍ବୋଚ୍ଚ ନ୍ୟାୟାଳୟରେ କହିଥିଲେ ଯେ, ବିଦ୍ୟାର୍ଥୀଙ୍କୁ ପୁନଃ ପରୀକ୍ଷାର ବିକଳ୍ପ ପ୍ରଦାନ କରାଯିବ ନାହିଁ। କେବଳ ପୂର୍ବ ବର୍ଷର ପରୀକ୍ଷାର ରେଜଲ୍ଟ ଆଧାରରେ ମୂଲ୍ୟାଙ୍କନ କରାଯିବ।

Show More

Related Articles

Back to top button