Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି କନ୍ଦେଇଲାଣି ପିଆଜ, 50 ଟପିଲା ପିଆଜ କିଲୋ

ଭୁବନେଶ୍ୱର- ପୁଣି କନ୍ଦାଇଲାଣି ପିଆଜ । ଗତବର୍ଷ ଭଳି ଏବର୍ଷ ମଧ୍ୟ ପିଆଜ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏକ ସପ୍ତାହ ପୂର୍ବରୁ ପିଆଜ କିଲୋଗ୍ରାମ ପିଛା ୩୫ରୁ ୪୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଆଜି ପ୍ରାୟ ୧୫ ଟଙ୍କା ବୃଦ୍ଧି ପାଇଁ କିଲୋପିଛା ଦର ୫୫ ଟଙ୍କା ହୋଇଛି। କଟକର ମୁଖ୍ୟ ପରିବା ହାଟ ଛତ୍ରବଜାରରେ ଆଜି ପିଆଜ ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି।

ଆନ୍ଧ୍ର ପ୍ରଦେଶ ଓ ବେଙ୍ଗାଲୁରରୁ ପିଆଜ ଆମଦାନୀ ହୋଇପାରୁ ନ ଥିବା ବେଳେ ଏବେ ରାଜ୍ୟରେ ପିଆଜ ଆବଶ୍ୟକତା ପୂରଣ କରିବା ପାଇଁ ନାସିକରୁ ପିଆଜ ଆମଦାନୀ କରାଯାଉଛି। ତେବେ ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି ଯେ ନାସିକରେ ପିଆଜ ଅଧିକ ଦାମ ଅଧିକ ରହୁଥିବାରୁ ରାଜ୍ୟରେ ପିଆଜ ଦାମ ବୃଦ୍ଧି ପାଉଛି। ସୂଚନା ଅନୁଯାୟୀ, ଦର ହ୍ରାସ ପାଇଁ ଆହୁରି ଏକ ମାସ ସମୟ ଲାଗିବ।

Show More

Related Articles

Back to top button