Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

୯ରେ ପହଞ୍ଚିଲା ସଂଖ୍ୟା

ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ ଓମିକ୍ରନ ସଂକ୍ରମିତ । ସଂକ୍ରମିତ ଜଣକ କିଛି ଦିନ ପୂର୍ବରୁ ୟୁଏଇରୁ ଫେରିଥିଲେ । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ । ଜିନମ ସିକ୍ବେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।

ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ବୟସ ୩୧ ବର୍ଷ । ସେ ୧୬ ତାରିଖରେ ଦୁବାଇରୁ ଆସିଥିଲେ । ଆସିବା ସମୟରେ ରିପୋର୍ଟ ନେଗେଟିଭ ଆସିଥିଲା ।

ଏଠାକୁ ଆସିବା ପରେ ପଜିଟିଭ ଆସିଥିଲା । ବର୍ତ୍ତମାନ ରାମକି ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହିଛି । ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା ତାଙ୍କ ବାପା ଓ ମାଙ୍କର ପ୍ରଥମ ଲେବେଲ ଟେଷ୍ଟ ସରିଛି, ରିପୋର୍ଟ ନେଗେଟିଭ ଆସିଛି । ଆଉ ଥରେ କରୋନା ଟେଷ୍ଟ କରାଯିବ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ରେ ପହଞ୍ଚିଛି । ଓମିକ୍ରିନ ଦ୍ୱାରା ଯେତିକି ସଂକ୍ରମିତ ହେଉଛନ୍ତି କମ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସିଭିୟରିଟି କମ ରହିଛି । ଅକ୍ସିଜେନର ଆବଶ୍ୟକତା ପଡୁନାହିଁ । ସାଉଥ ଆଫ୍ରିକାରେ ଏବେ ସଂକ୍ରମଣ କମିବାରେ ଲାଗିଛି । ତେବେ ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ଓଡ଼ିଶାରେ ବି ବଢିବ । ଏଥି ପାଇଁ ସରକାର ସଜାଗ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Show More

Related Articles

Back to top button