Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଗାଙ୍ଗପୁରରେ ଦଳିଦେଲା ଦନ୍ତା, ଜଣେ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ପ୍ରାଣହାନି ଘଟିଛି। ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ପାନପୋଷ ପଞ୍ଚାୟତ କଦମବାହାଲ ଗାଁରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ହେଲେ ଚାରୁଆ ଏକ୍କା। ହାତୀ ଗାଁ ଭିତରକୁ ପଶି ଆସିଥିବା ଶୁଣି ଘରୁ ବାହାରିଲା ବେଳେ ଚାରୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଶୁଣ୍ଢରେ କଚାଡ଼ି ତାଙ୍କୁ ମାରିଦେଇଥିଲା।

Show More

Related Articles

Back to top button