ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ବାଲିଯାତ୍ରା ଦେଖି ଫେରିବା ବେଳେ, ସଡ଼କ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ପାରାଦୀପରୁ ବାଲିଯାତ୍ରା ଦେଖି ଦୁଇ ସାଙ୍ଗ ବେଶ୍ ଖୁସିରେ ଘରକୁ ଫେରୁଥିଲେ। ଏହି ହସି ତାଙ୍କର ବେଶି ସମୟ ରହିନଥିଲା। ବାଟରେ ଯେପରି ସେମାନଙ୍କୁ ମୃତ୍ୟୁ ଜଗି ବସିଥିଲା। ହଠାତ୍ କଳା ବାଦଲ ପରି ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ୨ସାଙ୍ଗଙ୍କର ମୃତ୍ୟୁ ହୋଇଥିଲା। ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁରରେ। ମୃତକ ଦୁଇଜଣ ହେଲେ କରଞ୍ଜ ଗାଁର ଚତୁର୍ଭୁଜ ଦାଶ ଓ ମହେନ୍ଦ୍ର ଶତପଥୀ ।

ଗତକାଲି ବିଳମ୍ବିତ ରାତିରେ ଚତୁର୍ଭୁଜ ଓ ମହେନ୍ଦ୍ର  ପାରାଦୀପରୁ ବାଲିଯାତ୍ରା ଦେଖି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁର ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଥିଲା। ପୁଲିସ ପହଞ୍ଚି ସେମାନଙ୍କୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରୁଛି।

Show More

Related Articles

Back to top button