Breaking PLUSଓଡ଼ିଶାମୁଖ୍ୟ ଖବର
କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ରାଜାରାଜେଶ୍ୱର ବେଶରେ ଝଟକୁଛନ୍ତି ଶ୍ରୀଜିଉ
କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ତେବେ କୋଭିଡ୍ କଟକଣା ପାଇଁ ଶ୍ରୀମନ୍ଦିକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀଜିଉଙ୍କ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ।

କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ତେବେ କୋଭିଡ୍ କଟକଣା ପାଇଁ ଶ୍ରୀମନ୍ଦିକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀଜିଉଙ୍କ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ପର୍ଯ୍ୟଟକ ତଥା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୫୦ ଅଫିସର ମୁତୟନ ରହିଛନ୍ତି। କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବା ଯୋଗୁଁ ଭକ୍ତ ମାନେ ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରିବା ପାଇଁ ଏସପି କନୱର ବିଶାଲ ସିଂହ ଅନୁରୋଧ କରିଛନ୍ତି।