ଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ରବିବାର ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ

ତାରାତାରିଣୀଙ୍କ ଦର୍ଶନ ସହ ହିତାଧିକାରୀଙ୍କୁ ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ରବିବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ନବୀନ । ଏହାସହ ବିଭିନ୍ନ ଉନ୍ନୟନମୂଳକ କାମର ଉଦଘାଟନ ସହ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜୋରସୋର ଚାଲିଛି ପ୍ରସ୍ତୁତି । ଗଂଜାମ ଗସ୍ତ ଅବସରରେ ତାରାତାରିଣୀ ପୀଠକୁ ଆସି ମାଆଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ଆୟୋଜିତ ସଭାରେ ଯୋଗ ଦେବେ । ଏଥିରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ପରେ ପରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପରେ ପରେ ସମବେତ ଜନତାଙ୍କୁ ଉଦବୋଧନ ନବୀନ ।

ତାରାତାରିଣୀ ପୀଠରୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଜୁ ପଟ୍ଟାନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ୧୦୦ କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ୍ ଲିଙ୍କେଜକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବଣ୍ଟନ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସଭାସ୍ଥଳକୁ ଜିଲ୍ଲାପାଳ, ଏସପି, ଦକ୍ଷିଣାଞ୍ଚଳ ଡି ଆଇ ଜିଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଗସ୍ତ କରି ତନ ତନ କରି ଯାଞ୍ଚ କରିଛନ୍ତି । ସୁରକ୍ଷା ଦୃଷ୍ଟି କୋଣରୁ ବ୍ୟାପକ ପୋଲିସ୍ ମଧ୍ୟ ମୁତୟନ ହେବେ ।

Show More

Related Articles

Back to top button