ଓଡ଼ିଶାମୁଖ୍ୟ ଖବର

୧୪ରୁ ରାଜ୍ୟରେ ହାଡଭଙ୍ଗା ଶୀତ

୪ ଡିଗ୍ରୀ ଯାଏଁ ଖସିବ ପାରଦ

ରାଜ୍ୟରେ ଆସନ୍ତା ୧୪ ତାରିଖରୁ ଶୀତ ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରୀ ଖସିବ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଆସନ୍ତା ୫ଦିନ ଯାଏ ପାଗ ଶୁଖିଲା ରହିବ । କୌଣସି ସ୍ଥାନରେ ବର୍ଷା ଆଶଙ୍କା ନାହିଁ । ରବିବାର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଅନୂଭୂତ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଶନିବାର ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଆସିଥିଲା । ଏଠାରେ ପାରଦ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ବଲାଙ୍ଗୀରରେ ୧୪.୨,ଟିଟିଲାଗଡ଼ରେ ୧୫.୩, ଫୁଲବାଣୀରେ ୧୫.୫ ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ରହିଛି ।

Show More

Related Articles

Back to top button