ମନୋରଞ୍ଜନ

OTTରେ ଧମାଲ୍‌ କରିବ ଫିଲ୍ମ ‘RRR’

ରିଲିଜ୍‌ ହେଲା ନୂଆ ଟ୍ରେଲର

ପ୍ରେକ୍ଷାଳୟରେ ଧମାଲ୍‌ କରିବା ପରେ ଏବେ ଓଟିଟିରେ ରେକର୍ଡ କରିବା ପାଇଁ ପ୍ରସ୍ତୁତ ହୋଇଛି ଫିଲ୍ମ RRR। ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ ‘ଆରଆରଆର’ OTT ପ୍ଲାଟଫର୍ମ Zee-5 ରେ ମୁକ୍ତିଲାଭ କରିବ । ଏହାର ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହା ବ୍ୟତୀତ ଫିଲ୍ମର ନୂଆ ଟ୍ରେଲର ମଧ୍ୟ ରିଲିଜ୍ ହୋଇଛି । ଏହି ଓଟିଟି ପ୍ଲାଟଫର୍ମ ତା ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ନୂଆ ଟ୍ରେଲର ରିଲିଜ୍ କରିଛି ।

ଫିଲ୍ମ ‘ଆରଆରଆର’ Zee-5 ମେ ୨୦ ରେ ମୁକ୍ତିଲାଭ କରିବ। ଟ୍ରେଲରକୁ ସେୟାର୍ କରାଯାଇଥିବା ବେଳେ ଲେଖା ହୋଇଛି-‘ଅଗ୍ନି ଏବଂ ପାଣି ଏକା ସହ ସିଧାସଳଖ ଆପଣଙ୍କ ଘରକୁ ଆସୁଛି’। Zee-5 ରେ ଫିଲ୍ମଟି କେବଳ ତେଲୁଗୁ-ତାମିଲ ଭାଷାରେ ମୁକ୍ତିଲାଭ କରୁଛି । ଖବର ଅନୁଯାୟୀ, ଫିଲ୍ମ ନେଟଫ୍ଲିକ୍ସରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମ ‘ଆଆରଆର’ ମାର୍ଚ୍ଚ ୨୫ରେ ବଡ ପରଦାରେ ମୁକ୍ତିଲାଭ କରିଥିଲା ​​। ସାରା ବିଶ୍ୱରେ ପ୍ରାୟତଃ ୧,୧୨୭ କୋଟି ଟଙ୍କା କଲେକସନ୍‌ କରିଥିଲା ​​। ଏହା ସହିତ ଏହା ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ରରେ ସ୍ଥାନ ପାଇଛି।

Show More

Related Articles

Back to top button