ବଲିଉଡମନୋରଞ୍ଜନ

ଡିଜିଟାଲ୍‌ ପ୍ଲାଟଫର୍ମରେ ଡେବ୍ୟୁ କରିବେ କରୀନା କପୁର

ପୋଷ୍ଟ ସେୟାର କରି ଦେଲେ ସୂଚନା

ବଲିଉଡରେ ଧମାଲ କରିବା ପରେ ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି କରୀନା କପୁର । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସେ ତାଙ୍କ ଓଟିଟି ଡେବ୍ୟୁ ବିଷୟରେ ସେ ଜଣାଇଛନ୍ତି। ଏହି ପ୍ରୋଜେକ୍ଟରେ କରୀନା ପାତାଳ ଲୋକ ଫେମ୍ ଜୟଦୀପ ଅହଲୱାତଙ୍କ ସହ କାମ କରିବେ। ସେ ତାଙ୍କର ନୂଆ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ କରୀନା ସ୍କ୍ରିପ୍ଟ ପଢୁଥିବାର ନଜର ଆସିଥିବା ବେଳେ କ୍ୟାପସନରେ ଲେଖିଛନ୍ତି,- ଏହାର ଆରମ୍ଭ ହୋଇଛି।

କରୀନା ଫିଲ୍ମର ଟିମ୍ ସହିତ ଏକ ଫଟୋ ସେୟାର କରିଛନ୍ତି। ତାଙ୍କର ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। କରୀନା ଏବଂ ଜୟଦୀପଙ୍କ ସହ ବିଜୟ ବର୍ମା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସୁଜୟ ଘୋଷ । କରୀନାଙ୍କ ଏହି ପୋଷ୍ଟ ଦେଖି ଫ୍ୟାନ୍ସ ଅନେକ କମେଣ୍ଟ ଦେଇଛନ୍ତି। ଏହା ବ୍ୟତୀତ କରୀନା ଅମୀରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୧ରେ ରିଲିଜ ହେବ।

Show More

Related Articles

Back to top button