Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଦିନକୁ ଦିନ ତାତି ବଢୁଛି : ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡ ରହିଛି

ରାଜ୍ୟରେ ଗ୍ରୀଷ୍ମ ଆରମ୍ଭରୁ ପ୍ରଚଣ୍ଡ ଖରା ।

ରାଜ୍ୟରେ ଗ୍ରୀଷ୍ମ ଆରମ୍ଭରୁ ପ୍ରଚଣ୍ଡ ଖରା । ପ୍ରତିଦିନ ତାପମାତ୍ରା ବୃଦ୍ଧି ପାଉଛି । ଗତକାଲି ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁ ସାରିଛି । ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍ ୱେଭ୍ ମଧ୍ୟ ଜାରି କରାଯାଇଛି । ତେବେ ଆଜି ମଧ୍ୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ସମାନ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱର ଓ କଟକରେ ଆଜି ମଧ୍ୟ ତାପମାତ୍ରା ୩୭-୩୮ ଡିଗ୍ରୀ ରହିବ ।ଅନ୍ୟପଟେ ଏବେ ରାଜ୍ୟର ସବୁଠୁ ଉତପ୍ତ ସହର ଟିଟିଲାଗଡ ରହିଛି ଏଠାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତକାଲି ଟିଟିଲାଗଡରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୂଯାଇ ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ ।

Show More

Related Articles

Back to top button