ଓଡ଼ିଶାଦେଶଦେଶ ବିଦେଶ

ପୁଣି ବୃଦ୍ଧି ପାଇଲା ଅଟା,ସୁଜି ଓ ମଇଦାର ଦର

ଦିନକୁ ଦିନ ଖାଦ୍ୟସାମଗ୍ରୀ ମହଙ୍ଗା ହେବାରେ ଲାଗିଛି

ଭୁବନେଶ୍ୱର: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନରୁ  ସମଗ୍ର ବିଶ୍ଵରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପଇବାରେ ଲାଗିଛି । ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଭାବେ ଘରୋଇ ବଜାରରେ ଉପରେ ପଡ଼ିଛି। ଦିନକୁ ଦିନ ଖାଦ୍ୟସାମଗ୍ରୀ ମହଙ୍ଗା ହେବାରେ ଲାଗିଛି । ଯାହା ଫଳରେ ଅଟାର ଦରଦାମ୍ ବୃଦ୍ଧି ପାଇଛି । ବିଶ୍ୱରେ ଭାରତ ଦ୍ୱୀତୀୟ ବୃହତ୍ ଗହମ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ସତ୍ତ୍ବେ ମଧ୍ୟ ବଜାରରେ ଏବେ ଗହମ ମୂଲ୍ୟ ଢେର ବୃଦ୍ଧି ପାଇଛି।

ବର୍ତ୍ତମାନ ବଜାରରେ ଅଟା ମହଙ୍ଗା ହେବା ସହ ସୁଜି ଓ ମଇଦାର ଦର ମଧ୍ୟ ବୃଦ୍ଧି ପାଇଛି । ଏସବୁମଧ୍ୟରେ ବଜାରରେ ଗହମରୁ ପ୍ରସ୍ତୁତ ଅନ୍ୟ ଉତ୍ପାଦ ମୂଲ୍ୟ ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି । ବିଶ୍ବରେ ରହିଥିବା ଗହମର ୨୯% ଏବଂ ୧୯% ମକା ୟୁକ୍ରେନ ଏବଂ ରୁଷରୁ ଉତ୍ପାଦିତ ହୁଏ । ଗହମ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିବା ହେବା ଯୋଗୁ ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ ରୁଟି ଖାଇବା ମାତ୍ର ୧୫ ଦିନ ମଧ୍ୟରେ ବଜାରରେ ଗହମ ମୂଲ୍ୟରେ ବୃଦ୍ଧି ହେତୁ ମହଙ୍ଗା ହେବା ଆଶଙ୍କା କରୁଛନ୍ତି । ଗହମ କ୍ଵିଣ୍ଟାଲ ପିଛା ୨୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି ଘଟିଛି। କ୍ରିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଛି। ବର୍ତ୍ତମାନ ବଜାରରେ ଅଟା କିଲୋ ନ ପିଛା ୬ ଟଙ୍କା ବଢ଼ିଯାଇଛି। ଫଳରେ ବଜାରରେ ଅଟା କିଲୋ ୩୨ ଟଙ୍କାରେ ପହଞ୍ଚିଛି, ଯାହା ୧୫ ଦିନ ପୂର୍ବରୁ ୨୬ ଟଙ୍କା ପାଖାପାଖୁ ରହିଥିଲା।
ସେହିପରି ବଜାରରେ ସୁଜି ଏବଂ ମଇଦା ଦରରେ ମଧ୍ୟ ବୃଦ୍ଧି ଘଟିଛି । ୧୫ ଦିନ ତଳେ ସୁଜି କିଲୋ ୩୨ ଟଙ୍କା ରହିଥିବାବେଳେ ବର୍ତ୍ତମାନ ସୁଜି କିଲୋ ପିଛା ୩୬ ଟଙ୍କା ହୋଇଛି। ୧୫ ଦିନ ତଳେ ସୁଜି କିଲୋ ୩୨ ଟଙ୍କା ରହିଥିଲା । ଗହମ ମୂଲ୍ୟ ବଢ଼ିବା ପରେ ବଜାରରେ ଏବେ ବିସ୍କୁଟ, ନଡୁଲ୍ସ, ପାଉଁରୁଟି, ପିଜା ଭଳି ଗହମରୁ ନିର୍ମିତ ଅନ୍ୟାନ୍ୟ ଜିନିଷ ମହଙ୍ଗା ହୋଇଯାଇଛି। ଇତି ମଧ୍ୟରେ ନେସ୍‌ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକ୍ ମୂଲ୍ୟ ୧୨ ରୁ ୧୪ ଟଙ୍କାକୁ ବୃଦ୍ଧି କରିଛି । ଏଥିସହିତ ମ୍ୟାଗିର ବ୍ୟକ୍ତିଗତ ପ୍ୟାକ୍ ମୂଲ୍ୟ ୯ରୁ ବଢ଼ିଲା ୧୬%କୁ ବୃଦ୍ଧି ପାଇଛି।

 ସୂଚନାଯାଗ୍ୟ ଯେ, ନିକଟରେ ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶପାଇଛି। ଫେବୃଆରୀରେ ସାଧାରଣ ଖାଉଟି ମୁଦ୍ରାସ୍ଫୀତି ଜନିତ ସମସ୍ୟାର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖାଇବା ତେଲଠାରୁ ଆରମ୍ଭ କରି ପନିପରିବା ଏବଂ ତେଜରାତି ସାମଗ୍ରୀ ପର୍ଯ୍ୟନ୍ତ ସବୁ ଜିନିଷର ଦର ମହଙ୍ଗା ହୋଇଥିଲା। ଫେବୃଆରୀରେ ଖୁଚୁରା ମୁଦ୍ରାଙ୍ଗୀତି ୮ ମାସର ସର୍ବୋଚ୍ଚ ସ୍ତର ୬.୦୭%କୁ ବୃଦ୍ଧି ପାଇଛି। ଜୁନ୍ ୨୦୨୧ରେ ଏହା ୬.୨୬% ରହିଥିଲା। ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ଉଚ୍ଚରେ ରହିଥିବାବେଳେ ଖାଇବା ତେଲ ପରେ ଆଳୁ, ପିଆଜ ଆଉ ଏବେ ହଠାତ୍ ଅଟା ଏବଂ ସୁଜି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଖାଉଟିଙ୍କ ପାଇଁ ବେଶ ଚିନ୍ତାର ବିଷୟ ହୋଇଛି।

Show More

Related Articles

Back to top button