ଜୀବନଚର୍ଯ୍ୟା

ଶରୀରରେ ଏହି ଜାଗାରେ ରହିଛି କି କଳାଯାଇ?

ଆପଣଙ୍କ ପାଇଁ ହୋଇପାରେ ଶୁଭସଙ୍କେତ

ସମୁଦ୍ର ଶାସ୍ତ୍ର ଗୋଟିଏ ଏପରି ଶାସ୍ତ୍ର ଯାହାର ମହତ୍ୱ ପୁରାଣ ଯୁଗରୁ ରହିଛି l ଏହି ଶସ୍ତ୍ର ଶରୀରର ଗଠନ ଓ ଚିହ୍ନକୁ ଅଧୟନ କରାଯାଇ କୌଣସି ବ୍ୟକ୍ତିକୁ ବୁଝିବା ପାଇଁ ଚେଷ୍ଟା କରାଯାଇଥାଏ l ଏହାର ଅର୍ଥ ହେଲା ଉକ୍ତ ବ୍ୟକ୍ତି ଜଣଙ୍କ ପାଖରେ ଥିବା ଚିହ୍ନ ଗୁଡିକ ଦ୍ୱାରା ତାଙ୍କ ଜୀବନ କିପରି ପ୍ରଭାବିତ ହୋଇପାରେ l ଏହି ଶାସ୍ତ୍ରରେ ଅହମଧ୍ୟ କୁହ ଯାଇଛି ଯେ ଶରୀରର କିଛି ଅଙ୍ଗରେ ରହିଥିବା କଳାଯାଇ ମାଧ୍ୟମରେ କଳାଯାଇର ମହତ୍ୱ କଣ ଅଟେ l

ଓଠ ଉପରେ କଳାଯାଇ ରହିବା -ସମୁଦ୍ର ଶାସ୍ତ୍ର କହୁଛି ଯେ ଯେଉଁ ବ୍ୟକ୍ତିର ଓଠ ଉପରେ କଳାଯାଇ ରହିଥାଏ , ଏହି ଭଳି ବ୍ୟକ୍ତିଙ୍କ ପାଖରେ ଧନର ଅଭାବ ରୁହେ ନାହିଁ l ଏହି ଭଳି ବ୍ୟକ୍ତିଙ୍କର କୌଣସି କାମ ମଧ୍ୟ ଅଧା ହୋଇ ପଡି ରୁହେନାହିଁ l କୁହାଯାଏ ଯେ ଏହିଭଳି ଲୋକଙ୍କର କାର୍ଯ୍ୟ ଈଶ୍ୱରଙ୍କ କୃପାରୁ ପୂର୍ଣ୍ଣ ହୋଇଥାଏ l

ବେକର ପଛ ଭାଗରେ କଳାଯାଇ ରହିବା -ଏହି ଶାସ୍ତ୍ରରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କର ବେକର ପଛ ଭାଗରେ କଳାଯାଇ ରହିଛି ତେବେ ସେହି ବ୍ୟକ୍ତି ଧନ ପ୍ରାପ୍ତି ପାଇଁ ଯେକୌଣସି ବ୍ୟବସାୟ କରିବେ ସଫଳତା ଲାଭ କରିବେ l ଏହି ଭଳି ବ୍ୟକ୍ତି ମାନଙ୍କର ଯେକୌଣସି କାର୍ଯ୍ୟକୁ ସିଦ୍ଧି କରିବା ପାଇଁ ନିର୍ଧନତାର ଶିକାର ହେବାକୁ ପଡେ ନାହିଁ l

ଗୋଡ଼ର ଆଙ୍ଗୁଠିରେ କଳାଯାଇ କିମ୍ବା ନାଲିଯାଇ ରହିବା -କୁହାଯାଏ ଯେ ଯେଉଁ ଲୋକମାନଙ୍କର ପାଦ ଆଙ୍ଗୁଠିରେ ଯେକୌଣସି ଯାଇ ରହିଥାଏ ,ଏହି ପରି ବ୍ୟକ୍ତି ମାନେ ଜ୍ଞାନୀ ହୋଇଥାନ୍ତି ଏବଂ ନିଜର ଜ୍ଞାନବଳରେ ସେ ଯେକୌଣସି କାର୍ଯ୍ୟକୁ କରିପାରନ୍ତି l ଏହି ବ୍ୟକ୍ତି ମାନଙ୍କ ପାଖରେ ଲକ୍ଷ୍ମୀର ବାସ ହୋଇଥାଏ l

ପେଟରେ ଯାଇ ରହିବା -ଏପରି ମାନ୍ୟତା ରହିଛି ଯେ ପେଟରେ ଯାଇ ରହିଥିବା ବ୍ୟକ୍ତି ମାନଙ୍କ ଜୀବନରେ କେବେବି ପଇସାର ଆବାବା ରୁହେନାହିଁ l କୁହାଯାଏ ଯେ ସମୁଦ୍ର ଶାସ୍ତ୍ରରେ ପେଟର ଯାଇକୁ ଅନେକ ଗୁରୁତ୍ୱ ଦିଆଯାଇଥାଏ l କାରଣ ସେମାନଙ୍କ ପାଖରେ ଭୌତିକ ସୁଖର କୁଂଆସି କମି ରୁହେନାହିଁ l

Show More

Related Articles

Back to top button