ସ୍ୱାସ୍ଥ୍ୟ

ହଳଦୀ ଓ କ୍ଷୀର ମିଶାଇ ପିଇଲେ ଶରୀରକୁ ଏହି ୮ଟି ଫାଇଦା ମିଳିଥାଏ

ଆସନ୍ତୁ ପଢିବା ସେବିଷୟରେ-

ହଳଦୀକୁ ଆମେ ସମସ୍ତେ ପ୍ରତ୍ୱେକଦିନ ନିଜ ଖାଦ୍ୟରେ ବ୍ୟବହାର କରିଥାଉ l ହଳଦୀରେ ଆଣ୍ଟିସ୍ପେଟିକ ଓ ଆଣ୍ଟି ବାୟୋଟିକ ଅଛି ବୋଲି ଆମେ ଜାଣିଚୁ ,ଏଥିସହିତ ଦୁଗ୍ଧ କ୍ୟାଲ୍ସିଅମ ରେ ଭରପୁର ତେଣୁ ଦୁଗ୍ଧ ଆମ ଶରୀର ପାଇଁ ଅମୃତ ସଦୃଶ l ହଳଦୀ ଓ କ୍ଷୀର ମିଶାଇଲେ ପିଇଲେ ଆମ ଶରୀର ପାଇଁ ଉପକାରୀ ହୋଇଥାଏ l

* ଶରୀରରେ କୌଣସି ପ୍ରକାରର ଖଣ୍ଡିଆ ହୋଇଗଲେ ହଳଦୀ ମିଶ୍ରିତ କ୍ଷୀର ପିଇଲେ ଲାଭଦାୟକ ହୋଇଥାଏ l କାରଣ ହଳଦୀରେ ଆଣ୍ଟିସ୍ପେଟିକ ଓ ଆଣ୍ଟି ବାୟୋଟିକ ଥିବାହେତୁ ବ୍ୟାକ୍ଟେରିଆକୁ ବଢିବାକୁ ଦିଏନାହିଁ l

* ଶରୀରରେ କୌଣସି ପ୍ରକାରର ପୀଡା ଅନୁଭବ କରୁଥିଲେ ରାତିରେ ଶୋଇବା ପୂର୍ବରୁ ହଳଦୀ ମିଶ୍ରିତ କ୍ଷୀର ପିଅନ୍ତୁ ଏହା ଶରୀରକୁ ଆରାମ ଦେବ l

* କ୍ଷୀର ପିଇବା ଦ୍ୱାରା ତ୍ୱଚାର ପ୍ରାକୃତିକ ଚମକ ବୃଦ୍ଧି ପାଇଥାଏ ,ଏହାସହିତ ହଳଦୀ ମିଶାଇ ସେବନ କଲେ ହଳଦୀର ଆଣ୍ଟିସ୍ପେଟିକ ଓ ଆଣ୍ଟି ବାୟୋଟି ଗୁଣ ହେତୁ ତ୍ୱଚାର ସମସ୍ୟା ହୋଇନଥାଏ l ଯେପରିକି କୁଣ୍ଡାଇ ହୋଇ ଫଳିଯିବା ,ବ୍ରଣ ଓ ବିଭିନ୍ନ ଚର୍ମ ସଂକ୍ରମଣରୁ ରକ୍ଷା କରେ l

* ଥଣ୍ଡା ,କାଶ ଓ କଫ ହେଲେ ହଳଦୀ ମିଶ୍ରିତ କ୍ଷୀର ଅତ୍ୟନ୍ତ ଲାଭକାରୀ l ଏହା ସହିତ ଗରମ କ୍ଷୀର ପିଇବା ଦ୍ୱାରା ଛାତିରେ ଜମିଥିବା କଫ ବାହାରିଯାଏ l ସୀତଦିନେ ହଳଦୀ ମିଶ୍ରିତ କ୍ଷୀର ପିଇବା ସ୍ଵାଥ୍ୟ ପକ୍ଷେ ହିତକର l

* କ୍ଷୀର ରେ କ୍ୟାଲ୍ସିଅମ ଥିବା ହେତୁ ହାଡ ମଜବୁତ ହୋଇଥାଏ ଓ ହଳଦୀର ମିଶ୍ରଣରେ ଆମ ଶରୀର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ l ଏହା ଦ୍ୱାରା ହାଡର ଅନ୍ୟ ସମସ୍ୟା ମୁକ୍ତି ମିଳିଥାଏ l

* ବ୍ଲଡ଼ ରେ ସୁଗାର ର ମାତ୍ର ଅଧିକ ହୋଇଗଲେ ହଳଦୀ ମିଶ୍ରିତ କ୍ଷୀର ପିଇବା ଉଚିତ l କାରଣ ଏହା ସୁଗାରର ମାତ୍ର କୁ କମ କରିଥାଏ l

* ହଳଦୀ ମିଶ୍ରିତ କ୍ଷୀର ରେ ଥିବା ଆଣ୍ଟି ମାଇକ୍ରୋ ବ୍ୟାକ୍ଟେରିଆଲ ଗୁଣ ଶ୍ୱାସ ,ବ୍ରୋଙ୍କାଇଟିସ ,ସାଇନ୍ସ ଓ କଫରୁ ଆରାମ ଦେବାରେ ସହାୟକ ହୋଇଥାଏ l ଗରମ କ୍ଷୀର ପିଇବା ଦ୍ୱାରା ନିଶ୍ୱାସ ନେବାକୁ କଷ୍ଟ ହେଉଥିଲେ ସେଥିରୁ ଆରମ ମିଳିଥାଏ l

* ହଳଦୀ ମିଶ୍ରିତ କ୍ଷୀର ବିଭିନ୍ନ ଋତୁରେ ହେଉଥିବା ବିଭିନ୍ନ ସଂକ୍ରମଣରୁ ଦୁରେଇ ରଖେ ତେଣୁ ଆମେ ପ୍ରତେକ ଦିନ ହଳଦୀ ମିଶ୍ରିତ କ୍ଷୀର ପିଇବା ଆବଶ୍ୟକ l

Show More

Related Articles

Back to top button