ସ୍ୱାସ୍ଥ୍ୟ

ଶୀତଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରମ୍ ଦେଇଥାଏ ଏହି ୩ଟି ଜିନିଷ

ଆସନ୍ତୁ ପଢିବା କଣ ସେ ଗୁଡିକ-

ଶୀତଦିନରେ ଥଣ୍ଡା ପଡିଗଲେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେଇଥାଏ l ସେଗୁଡିକ ମଧ୍ୟରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଗୋଟିଏ ,ଯାହା ପୂର୍ବରୁ କେବଳ ବୟସ୍କ ମାନଙ୍କ ପାଖରେ ଦେଖା ଦେଉଥିଲା l କିନ୍ତୁ ଆଜିକାଲି ଯୁବକ ମାନଙ୍କ ପାଖରେ ମଧ୍ୟ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳୁଛି l ଯେଉଁ ଲୋକ ମାନଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣାର କଷ୍ଟ ରହୁଛି ସେମାନଙ୍କ ପାଇଁ ଶୀତଦିନ ଅତ୍ୟନ୍ତ କଷ୍ଟକର ଅଟେ l ସେମାନେ ଅନେକ ପ୍ରକାରର ଔଷଧ ଖାଇବା ସହିତ ଦାମିକିଆ ମଲମ ଓ ତେଲ ଉପଯୋଗ କରିଥାନ୍ତି l ଏହି ସବୁ ଜିନିଷର ଉପଯୋଗ କରୁଥିଲେ ମଧ୍ୟ କିଛି ଖାଇବା ଜିନିଷକୁ ଆପଣ ଯଦି ନିଜ ଖାଦ୍ୟରେ ସାମିଲ କରିବେ ତେବେ ଏହି ଯନ୍ତ୍ରଣାରୁ ମଧ୍ୟ କିଛି ପରିମାଣରେ ଆରମ୍ଭ ପାଇବେ l

୧. କେଶର ଓ ହଳଦୀ କ୍ଷୀର – ହଳଦୀରେ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ମିଳିଥାଏ ଯାହା ଗଣ୍ଠି ଯନ୍ତ୍ରଣାରୁ ଆରମ୍ଭ ଦେବା ସହିତ କ୍ଷୀର କ୍ୟାଲସିୟମର ଗୋଟିଏ ଵାଲା ସ୍ରୋତ ଅଟେ l ଯାହା ଦ୍ୱାରା ଆପଣଙ୍କ ହାଡ ମଝବୁତ ହୋଇଥାଏ l କେଶରରେ ମଧ୍ୟ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି l ତେଣୁ ହଳଦୀ ଓ କେଶରକୁ ମିଳିତ ଭାବରେ ଗର୍ମ କ୍ଷୀରରେ ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଧୀରେ ଧୀରେ କମିବାକୁ ଲାଗେ l ଗବେଷକ ମାନଙ୍କ ମତରେ ଆୟୁର୍ବେଦରେ ହଳଦୀ ଗଣ୍ଠି ଯନ୍ତ୍ରଣା ପାଇଁ ରାମବାନ ଅଟେ l

୨. ପିଜୁଳି ଓ ପନିର ମିଳିତ ଭାବରେ ଖାଆନ୍ତୁ -ପିଜୁଳି ଗୋଟିଏ ଏପରି ଫଳ ଯାହା ସହଜରେ ମିଳିଯାଇଥାଏ ଏବଂ ଏହା ଶସ୍ତା ମଧ୍ୟ ଅଟେ l ପିଜୁଳି ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ l ପନିରରେ କ୍ୟାଲସିୟମ ରହିଛି ,ଯାହା ଆମ ହାଡ ପାଇଁ ଅନେକ ଗୁଣର l ତେଣୁ ଏହି ଦୁଇଟି ଜିନିଷକୁ ଆପଣ ସାଲାଡ଼ ଭାବରେ ପ୍ରସ୍ତୁତ କରି ଖାଇ ପାରିବେ l ଏହି ଦୁଇଟି ଜିନିଷ ସମିଶ୍ରଣରେ ହାଡ଼କୁ କ୍ୟାଲସିୟମ ଓ ଅନ୍ୟ ଖଣିଜ ତତ୍ୱ ମିଳିଥାଏ l ଯାହା ଆମ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ନିହାତି ଆବଶ୍ୟକ l

୩.ବ୍ରୋକଲି ଓ ଆଲମଣ୍ଡର ସୁପ୍-ଶୀତଋତୁରେ ଗରମ ଗରମ ସୁପ୍ ପିଇବାକୁ ବାଳ ଲାଗିଥାଏ l ଏହା ସାହିତ ସୁପ୍ ର ମଧ୍ୟ କିଛି ଔଷଧୀୟ ଗୁଣ ରହିଛି l ଯେଉଁ କାରଣରୁ ସମସ୍ତଙ୍କ ପାଖରେ ଏହା ଆଦୃତ ଅଟେ l ବ୍ରୋକଲି ଓ ଆଲମଣ୍ଡ ଉଭୟରେ କ୍ୟାଲସିୟମ ଭରପିଉ ମାତ୍ରାରେ ରହିଛି ,ଆଲମଣ୍ଡରେ ଖାସ କରି ଓ଼ମେଗା -ଥ୍ରୀ ପ୍ରଚୁର ପରିମାଣରେ ମିଳିଥାଏ l ଏହି ଦୁଇଟିଯାକ ଜିନିଷ ହାଡ ପାଇଁ ନିତ୍ୟାନ୍ତ ଆବଶ୍ୟକ l

Show More

Related Articles

Back to top button