ସ୍ୱାସ୍ଥ୍ୟ

ୟୁରିକ ଏସିଡ ରୋଗୀମାନେ ଦୈନନ୍ଦିନ କାର୍ଯ୍ୟପ୍ରଣାଳିରେ କରାନ୍ତୁ ଏହି ପରିବର୍ତ୍ତନ, ମିଳିବ ଏହିସବୁ ଲାଭ

ସୁସ୍ଥ ରହିବ ପାଇଁ ଆମେ ସମସ୍ତ ପ୍ରକାରର ଉପାୟ ଅବଲମ୍ବନ କରିଥାଉ l ଆଜିକାଲି ବିଭିନ୍ନ ପ୍ରକାରର ରୋଗ ଦ୍ୱାରା ମଣିଷ ମାନେ ଆକ୍ରାନ୍ତ ହେଉଛନ୍ତି ,ସେଗୁଡିକ ମଧ୍ୟରୁ ୟୁରିକ ଏସିଡ ଗୋଟିଏ l ୟୁରିକ ଏସିଡ ଶରୀରରେ ବଢିବା ଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ,ଗଣ୍ଠି ଫୁଲିବା ,ଗୋଡ କିମ୍ବା ହାତ ଅଟକି ଯିବା ଇତ୍ୟାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ

ଏହି ପରିସ୍ଥିତିରେ ଆମେମାନେ ଔଷଧର ସାହାରା ନେଇଥାଉ ,କିନ୍ତୁ ଆପଣ କଣ ଜାଣିଛନ୍ତି ଆମ ଦୈନଦିନ କାର୍ଯ୍ୟ ପ୍ରଣାଳୀରେ କିଛିଟା ପରିବର୍ତନ କଲେ ଏହି କଷ୍ଟରୁ ଆରମ ପାଇଁ ପାରିବା l

ବ୍ୟାୟାମ କରିବା ଜରୁରୀ ଅଟେ -ସୁସ୍ଥ ରହିବା ପାଇଁ ବ୍ୟାୟାମ କରିବା ନିତ୍ୟାନ୍ତ ବମୟକା l ଗବେଷକ ମାନଙ୍କ ମତରେ ବ୍ୟାୟାମ ଶରୀରର ସମସ୍ତ ଅଙ୍ଗ ପ୍ରେୟାତ୍ୟାଙ୍ଗରେ ସ୍ଟେଜଟା ଆଣିବା ସହିତ ଫୁର୍ତି ବଢ଼ାଇ ଦେଇଥାଏ l ସେଥିପାଇଁ ଆପଣଙ୍କୁ ଦିନରେ ମାତ୍ର ୩୦ ମିନିଟ ପାଇଁ ବ୍ୟାୟାମ କରନ୍ତୁ l ଏହା ଆପଣଙ୍କ ଶରୀରକୁ ରୋଗଠାରୁ ମୁକ୍ତି ରଖିବା ସହିତ ଆରମ୍ଭ ମଧ୍ୟ ଦେଇଥାଏ l ଯଦି ଆପଣ ଏହାକୁ ନିୟମିତ କରିବେ ତେବେ ଆପଣଙ୍କ ୟୁରିକ ଏସିଡ ନିୟନ୍ତ୍ରଣ ହେବାରେ ସାହାଯ୍ୟ ମିଳିବ l

ଅଧିକ ପାଣି ପିଇବା ଦ୍ୱାରା ମିଳିପାରେ ଲାଭ -ୟୁରିକ ଏସିଡ ରୋଗୀ ମାନଙ୍କ ପାଇଁ ପ୍ରତିଦିନ ଅଧିକରୁ ଅଧିକ ପାଣି ପିଇବା ଆବଶ୍ୟକ l କୁହାଯାଏ ଯେ ୟୁରିକ ଏସିଡର ରୋଗୀମାନେ ଯଦି ଅଧିକ ପାଣି ପିଇବେ ତେବେ ଶରୀରରୁ ସମସ୍ତ ଖରାପ ଜିନିଷ ବାହାରି ଯାଇଥାଏ ,ସେଥିମଧ୍ୟରୁ ଗୋଟିଏ ୟୁରିକ ଏସିଡ ଅଟେ l ଯଦି ଆପଣ ପ୍ରତି ଏକ ଘଣ୍ଟା ଅନ୍ତରରେ ପାଣି ପିଇ ପାରୁ ନାହାନ୍ତି ତେବେ ନିଜ ଖାଦ୍ୟରେ ତରଳ ଖାଦ୍ୟ ସାମିଲ କରନ୍ତୁ l ଏହା ଦ୍ୱାରା ଆପଣଙ୍କ ଶରୀରରେ ପାଣିର ମାତ୍ର ବଢିବ ଓ ୟୁରିକ ଏସିଡର ମାତ୍ରା କମିବ l

ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ -ଅଧିକାଂଶ ଲୋକ ଏହିଭଳି ଥାନ୍ତି ଯେଉଁ ମାନଙ୍କୁ ବ୍ୟାୟାମ କରିବାରେ ଅସୁବିଧା ହୋଇଥାଏ ,ଏହି ପରିସ୍ଥିତିରେ ଭ୍ରମଣର ସାହାଯ୍ୟ ନେବା ଉଚିତ ହୋଇଥାଏ l କୁହାଯାଏ ଯେ ଭ୍ରମଣର ଅସର ଯେଉଁ ଭଳି ଭାବରେ ଶରୀର ଉପରେ ପଡେ ସେହିଭଳି ଭାବରେ ବ୍ୟୟମର ଅସର ମଧ୍ୟ ପଡିଥାଏ l ଖାସ କରି ୟୁରିକ ଏସିଡ ରୋଗୀମାନେ ନିହାତି ଚାଲିବ ଆବଶ୍ୟକ l ତେଣୁକରି ଯଦି ଆପଣ ୟୁରିକ ଏସିଡରେ ଆକ୍ରାନ୍ତ ଅଛନ୍ତି ତେବେ ପ୍ରତେକ ଦିନ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କରନ୍ତୁ l

Show More

Related Articles

Back to top button