Breaking PLUSଓଡ଼ିଶାମୁଖ୍ୟ ଖବର

ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ

ଭୁବନେଶ୍ୱର , 14 ନଭେମ୍ବର – ସୁବର୍ଣ୍ଣପୁରରେ ବୋରୱେଲରେ ପଡି ବୃଦ୍ଧା ମୃତ । ସୋନପୁର ମେଡିକାଲରେ ବୃଦ୍ଧାଙ୍କ ମୃତ ଘୋଷଣା କରିଛନ୍ତି ଡାକ୍ତର । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ଅତି ସଂକଟାପନ୍ନ ଅବସ୍ଥାରେ ବୃଦ୍ଧାଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ମେଡିକାଲରେ ବୃଦ୍ଧାଙ୍କୁ ମୃତ ଘୋଷଣା କରାଯାଇଛି । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା । ୫ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଉଦ୍ଧାର କରିଥିଲେ ଅଗ୍ନିଶମ ଟିମ୍‌ । ଅନ୍ୟପଟେ ଖୋଲା ବୋରୱେଲର ତଦନ୍ତ ହେବ କହିଛନ୍ତି ଏସ୍‌ପି ଅମରେଶ ପଣ୍ଡା । କିଏ ବୋରୱେଲ ଖୋଳିଥିଲା, ତାର ତଦନ୍ତ କରାଯିବ । ବୋରୱେଲ ଖୋଳି କିଏ ଖୋଲା ଛାଡ଼ିଥିଲା ସେ ଦିଗରେ ତଦନ୍ତ ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ, ସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଗତକାଲି ରାତିରେ ଜଣେ ବୃଦ୍ଧ ମହିଳା ବୋରୱେଲ ଭିତରକୁ ଖସିପଡିଥିଲେ । ବୋରୱେଲରେ ଖସିପଡିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ଖବର ପାଇବା ପରେ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Show More

Related Articles

Back to top button