Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜିଠୁ ପିଏମ ମୋଦିଙ୍କ ଦୁଇଦିନିଆ ଝାରଖଣ୍ଡ ଗସ୍ତ

ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳୀ ଗସ୍ତ କରିବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଝାରଖଣ୍ଡ ଗସ୍ତରେ ଯିବେ । ଆଜି ରାଞ୍ଚିରେ ପହଞ୍ଚିବେ ପିଏମ ମୋଦି । ନଭେମ୍ବର 15 ସକାଳ ପ୍ରାୟ 9.30ଟାରେ ରାଞ୍ଚିରେ ଭଗବାନ ବିର୍ସା ମୁଣ୍ଡା ମେମୋରିଆଲ ପାର୍କ ଓ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳୀ ଓଲିହାତୁ ଗାଁରେ ପହଞ୍ଚିବେ । ଓଲିହାତୁରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିବେ ।

Show More

Related Articles

Back to top button