ଦେଶ ବିଦେଶବାଣିଜ୍ୟ

ମହଙ୍ଗା ହେବ ତୈଳଦର

ସପ୍ତାହେ ପରେ ୨୨ ଟଙ୍କା ବଢିଯିବ ପେଟ୍ରୋଲ ଓ ଡିଜେଲ !

ରୁଷ-ୟୁକ୍ରେନ ସଂକଟ ମଧ୍ୟରେ ଅଶୋଧିତ ତୈଳ ଦର କ୍ଷୀପ୍ର ବେଗରେ ବଢ଼ିଚାଲିଛି । ବ୍ୟାରେଲ ପିଛା ଏହା ୧୧୦ ଡଲାର ପାର୍‌ କରିଗଲାଣି । ଗତ ୮ ବର୍ଷର ଏହା ସର୍ବୋଚ୍ଚ ସ୍ତର । ଏହା ସତ୍ତେ୍ୱ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ । ସମ୍ପ୍ରତି ନିର୍ବାଚନ ଯୋଗୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଛି । କିନ୍ତୁ ମାର୍ଚ୍ଚ ୭ ପରେ ଉଭୟ ଇନ୍ଧନ ଦର ଏକ ଧାରରେ ବଢ଼ିଚାଲିବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସହ ତାଳ ମେଳାଇବା ପାଇଁ କମ୍ପାନିଗୁଡ଼ିକୁ ମାର୍ଚ୍ଚ ୧୬ ସୁଦ୍ଧା ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦରରେ ୧୫ରୁ ୨୨ ଟଙ୍କା ଲେଖାଏ ବଢ଼ାଇବାକୁ ପଡ଼ିବ । ଫଳରେ ପେଟ୍ରୋଲ ଲିଟରକୁ ୧୨୫ ଟଙ୍କା ହୋଇପାରେ । ପ୍ରକାଶଯୋଗ୍ୟ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସକାଶେ ଅଶୋଧିତ ତୈଳ ଦର ପ୍ରତିଦିନ ବଢ଼ୁଛି । ଶୁକ୍ରବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି । ତଥାପି ଏହା ୧୧୦ ଡଲାର ଉପରେ ଅଛି । ଦେଶର ୫ଟି ରାଜ୍ୟରେ ନିର୍ବାଚନ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ଅଛି । କିନ୍ତୁ ମାର୍ଚ୍ଚ ୭ରେ ନିର୍ବାଚନ ଶେଷ ହେବା ମାତ୍ରେ ତେଲ ଦର ବଢ଼ିଚାଲିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଲିଟର ପିଛା ପେଟ୍ରୋଲରେ ୧୫ ଟଙ୍କା ବୃଦ୍ଧି ଘଟିଲେ ଏହା ୧୨୪ ଟଙ୍କା ଏବଂ ଡିଜେଲ କେତେକ ରାଜ୍ୟରେ ୧୧୦ ଟଙ୍କା ପାର୍‌ ହୋଇପାରେ ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ଦରକୁ ଧ୍ୟାନରେ ରଖି ତୈଳ ବିପଣନ କମ୍ପାନିଗୁଡ଼ିକ ଦୈନିକ ଦର ସଂଶୋଧନ କରିଥାନ୍ତି । ନିର୍ବାଚନ ଯୋଗୁ ଏଥିରେ ଦୀର୍ଘଦିନ ଧରି ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗତ ଦୁଇ ମାସ ହେବ ଅଶୋଧିତ ତୈଳ ଦର ଦ୍ରୁତ ବେଗରେ ବଢ଼ିଛି । ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି ଯେ, ମାର୍ଚ୍ଚ ୧୬ ପୂର୍ବରୁ ତୈଳ କମ୍ପାନିଙ୍କୁ ଇନ୍ଧନ ମୂଲ୍ୟରେ ଲିଟର ପିଛା ଅତି କମରେ ୧୨ ଟଙ୍କା ବଢ଼ାଇବାକୁ ପଡ଼ିବ । ଏହା କଲେ ହିଁ ସେମାନେ ଅନ୍ତର୍ଜାତୀୟ ଦର ସହ ତାଳ ମେଳାଇପାରିବେ । ମାର୍ଚ୍ଚ ୩ରେ ଅଶୋଧିତ ତୈଳ ଦର ୨୦୧୨ରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ବ୍ୟାରେଲ ପିଛା ଏହା ୧୨୦ ଡଲାର ହୋଇଯାଇଥିଲା । ନଭେମ୍ବରରେ ଏହାର ଦର ବ୍ୟାରେଲ ପିଛା ୮୦ ଡଲାର ରହିଥିଲା । ନଭେମ୍ବରରୁ ବର୍ତ୍ତମାନ ମଧ୍ୟରେ ଅଶୋଧିତ ତୈଳ ଦରରେ ପାଖାପାଖି ୫୦ % ବୃଦ୍ଧି ଘଟିଛି ।

Show More

Related Articles

Back to top button