ବାଣିଜ୍ୟ

ଥମିବାର ନାଁ ନେଉନି ତୈଳ ଦର

ସପ୍ତମ ଦିନରେ ପୁଣି ବଢିଲା ଦାମ୍

ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିଲେ ମଧ୍ୟ ଲୋକଙ୍କୁ ମହଙ୍ଗା ମାଡ଼ରୁ ରକ୍ଷା ମିଳୁନି। ଘରୁ ବାହାରିବାକୁ ଲୋକମାନେ ୨ଥର ଭାବୁଛନ୍ତି । ଏଭଳି ପୂଜା ପର୍ବରେ ହେଉଥିବା ସମସ୍ତ ଜିନିଷ ମହଙ୍ଗା ହେଉଥିବା ବେଳେ ତୈଳ ଦର ଲୋକଙ୍କ ଉପରେ ଭାରି ପଡିଛି । ଲଗାତାର ଭଳି ଆଜି ମଧ୍ୟ ୭ମ ଦିନ ପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ସମଗ୍ର ଦେଶରେ ପେଟ୍ରୋଲର ଲିଟର ପିଛା ୨୬ରୁ ୩୦ ପଇସା ବଢ଼ିଥିବା ବେଳେ ଡିଜେଲ ୩୩ରୁ ୩୭ ପଇସାକୁ ବୃଦ୍ଧି ପାଇଛି। ତେବେ ଅର୍ଥାତ୍ ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସାକୁ ବୃଦ୍ଧି ପାଇଛି। ଏଣିକି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୪.୪୪ ଟଙ୍କା ଓ ଡିଜେଲ ୯୩.୧୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି। ଫଳରେ ଆଜି ସକାଳୁ ମୁମ୍ବାଇ ବାସୀ ପେଟ୍ରୋଲ ଲିଟର ପିଛା ୧୧୦.୪୧ ଟଙ୍କା ଓ ଡିଜେଲ ୧୦୧.୦୩ ଟଙ୍କାରେ କିଣୁଛନ୍ତି। ସେହିପରି କୋଲକାତରେ ପେଟ୍ରୋଲ ଲିଟର ପିଛା ୧୦୫.୦୯ ଟଙ୍କା ଓ ଚେନ୍ନାଇରେ ଏହା ୧୦୧.୭୯ ଟଙ୍କା ରହିଛି। ତେଵେ ଦୁଇ ସହରରେ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୯୬.୨୮ ଟଙ୍କା ଓ ୯୭.୫୯ ଟଙ୍କା ଛୁଇଁଛି।

ମାଲ ପରିବହନ, ସ୍ଥାନୀୟ ଟିକସ ଆଧାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର କରାଯାଇଛି। ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର, ଓଡିଶା, ତାମିଲନାଡୁ, ଲଦାଖ ଏବଂ ବିହାର ଏବଂ ପଞ୍ଜାବର କିଛି ସହରରେ ପେଟ୍ରୋଲ ୧୦୦ ଲିଟର ଅତିକ୍ରମ କରିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ବଢ଼ୁଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେଉଥିବାର କୁହାଯାଉଛି। ଅନ୍ୟପଟେ ,ପେଟ୍ରୋଲ ଓ ଡିଜେଲର ଦାମ କ୍ରମାଗତ ଭାବେ ବଢ଼ୁଥିବାରୁ ଅନୁରୂପ ଭାବେ ବିଭିନ୍ନ ସାମଗ୍ରୀ ମଧ୍ୟ ମହଙ୍ଗା ହେଉଛି। ମହାମାରୀ କରୋନା ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଏବେ ତୈଳ ଦର ବୃଦ୍ଧି ହେବା ନେଇ ଲୋକଙ୍କୁ ଚିନ୍ତାରେ ପକାଇଛି।ଙ୍କୁ ଚିନ୍ତାରେ ପକାଇଛି।

Show More

Related Articles

Back to top button