ଓଡ଼ିଶାମୁଖ୍ୟ ଖବର

ଶେଷ ହେଲା କ୍ୟାବିନେଟ ବୈଠକ

୧୬ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର

ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମାପ୍ତ ହେଲା ରାଜ୍ୟ କ୍ୟାବିନେଟ ବୈଠକ । କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ତେବେ ଭର୍ଚୁଆଲ୍ ମୋଡରେ ଆଜି ସକାଳ ସାଢ଼େ ୧୧ଟାରେ ବୈଠକ ଆରମ୍ଭ ହୋଇଥିଲା । ଅର୍ଥ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହା ସହ ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ସେହିପରି ପଞ୍ଚାୟତିରାଜ, ଶ୍ରମ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ ।

Show More

Related Articles

Back to top button