ଦେଶମୁଖ୍ୟ ଖବର

ଆଜି ପୁଣି ବଢ଼ିଲା ତୈଳଦର

କରୋନା କାଳରେ ମହଙ୍ଗା ମାଡ଼ । ଦିନକୁ ଦିନ ତୈଳ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଲାଣି । ଆଜି କ୍ରମାଗତ ୭ମ ଦିନ ପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି । ସମଗ୍ର ଦେଶରେ ପେଟ୍ରୋଲର ଲିଟର ପିଛା ୨୬ରୁ ୩୦ ପଇସା ବଢ଼ିଥିବା ବେଳେ ଡିଜେଲ ୩୩ରୁ ୩୭ ପଇସା ବୃଦ୍ଧି ପାଇଛି ।

ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସା ବଢ଼ିଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୪.୪୪ ଟଙ୍କା ଓ ଡିଜେଲ ୯୩.୧୭ ଟଙ୍କାରେ ପହଞ୍ଚିଛି ।

ସେହିଭଳି ମୁମ୍ବାଇରେ ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି । ଫଳରେ ଆଜି ସକାଳୁ ମୁମ୍ବାଇବାସୀ ପେଟ୍ରୋଲ ଲିଟର ପିଛା ୧୧୦.୪୧ ଟଙ୍କା ଓ ଡିଜେଲ ୧୦୧.୦୩ ଟଙ୍କାରେ କିଣୁଛନ୍ତି ।

କୋଲକାତରେ ପେଟ୍ରୋଲ ଲିଟର ପିଛା ୧୦୫.୦୯ ଟଙ୍କା ଓ ଚେନ୍ନାଇରେ ଏହା ୧୦୧.୭୯ ଟଙ୍କା ରହିଛି । ଦୁଇ ସହରରେ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୯୬.୨୮ ଟଙ୍କା ଓ ୯୭.୫୯ ଟଙ୍କା ଛୁଇଁଛି ।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ବଢ଼ୁଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେଉଥିବା କୁହାଯାଉଛି ।

Show More

Related Articles

Back to top button