Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ପୁଣି ବଢିଲା କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୨୯୯୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଗତ କାଲି କରୋନା ସଂକ୍ରମଣ ମାମଲା ସାମାନ୍ୟ କମିବା ପରେ ଆଜି ରାଜ୍ୟରେ କରୋନା ମାମଲା ପୁଣି କିଛିଟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୯୫ ଜଣ ନୂତନ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି

ଗତ କାଲି କରୋନା ସଂକ୍ରମଣ ମାମଲା ସାମାନ୍ୟ କମିବା ପରେ ଆଜି ରାଜ୍ୟରେ କରୋନା ମାମଲା ପୁଣି କିଛିଟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୯୫ ଜଣ ନୂତନ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୭ ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୫୮ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୪୦,୯୯୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୪୨ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୧ଜଣ, ବରଗଡ଼ ଜିଲ୍ଲାରୁ ୯୩ଜଣ, ଭଦ୍ରକ ଜିଲ୍ଲାରୁ ୨୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୪ଜଣ, ବୌଦ୍ଧ ଜିଲ୍ଲାରୁ ୩୧ଜଣ, କଟକ ଜିଲ୍ଲାରୁ ୧୬୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୮ଜଣ, ଦେଓଗଡ଼ ଜିଲ୍ଲାରୁ ୨୦ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୪୭ଜଣ, ଜଗତସିଂହପୁର ଜିଲ୍ଲାରୁ ୬୨ଜଣ, ଯାଜପୁର ଜିଲ୍ଲାରୁ ୯୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୪ଜଣ, କଳାହାଣ୍ଡି ଜିଲ୍ଲାରୁ ୬୩ଜଣ, କନ୍ଧମାଳ ଜିଲ୍ଲାରୁ ୪୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୫ଜଣ, କେନ୍ଦୁଝର ଜିଲ୍ଲାରୁ ୬୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୬୮ଜଣ, କୋରାପୁଟ ଜିଲ୍ଲାରୁ ୪୩ଜଣ, ମାଲକାନଗିରି ଜିଲ୍ଲାରୁ ୮୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୭ଜଣ, ନୟାଗଡ଼ ଜିଲ୍ଲାରୁ ୪୪ଜଣ, ନୂଆପଡ଼ା ଜିଲ୍ଲାରୁ ୭୪ଜଣ, ପୁରୀ ଜିଲ୍ଲାରୁ ୧୪୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୭ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୮ଜଣ, ସୋନପୁର ଜିଲ୍ଲାରୁ ୮୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧ଜଣ, ଷ୍ଟେଟ ପୁଲ୍‌ରୁ ୨୦୨ଜଣ ରହିଛନ୍ତି ।

Show More

Related Articles

Back to top button