Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଛି କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ । ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତୈଳ ଓ ଗ୍ୟାସ କ୍ଷେତ୍ରକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇପାରେ । ଏଥିରୁ ସରକାରୀ ନିୟନ୍ତ୍ରଣ ହଟାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି 

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ । ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତୈଳ ଓ ଗ୍ୟାସ କ୍ଷେତ୍ରକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇପାରେ । ଏଥିରୁ ସରକାରୀ ନିୟନ୍ତ୍ରଣ ହଟାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି | ଏହା ଫଳରେ ବିଭିନ୍ନ ପର୍ଯ୍ୟାୟରେ ତୈଳ ଓ ଗ୍ୟାସ ମୂଲ୍ୟରୁ ନିୟନ୍ତ୍ରଣ ହଟାଯିବ | ସୂଚନାଯୋଗ୍ୟ ଯେ, ପ୍ରତି ଛଅ ମାସରେ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ସ୍ଥିର କରନ୍ତି । ଗତ ସପ୍ତାହରେ ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟକୁ 25 ପ୍ରତିଶତ ହ୍ରାସ କରିଥିଲେ । ଏହି ହ୍ରାସ ପରେ ଗ୍ୟାସର ମୂଲ୍ୟ ରେକର୍ଡ 1.79 ଡଲାର MMBtu କୁ ଖସି ଆସିଛି ଏହାର ପ୍ରଭାବ ସାର୍ବଜନୀନ କ୍ଷେତ୍ରର ଗ୍ୟାସ ଉତ୍ପାଦନକାରୀ ONGC, ତେଲ ଇଣ୍ଡିଆର ରାଜସ୍ୱ ଉପରେ ପ୍ରଭାବ ପକାଇବ ପ୍ରାକୃତିକ ଗ୍ୟାସ ସାର ଇନ୍ଧନ ଭାବରେ ବ୍ୟବହୃତ ହୁଏ ଏହାସହ ବିଦ୍ୟୁତ୍ ତିଆରିରେ ମଧ୍ୟ ବ୍ୟବହୃତ ହୁଏ ଏହା ବ୍ୟତୀତ ଘରେ ପାଇପ୍ ମାଧ୍ୟମରେ ଗ୍ୟାସ୍ ମଧ୍ୟ ଯୋଗାଇ ଦିଆଯାଉଛି ଏହି ସମୟରେକାର ଏବଂ ଅନ୍ୟାନ୍ୟ ଯାନରେ ମଧ୍ୟ CNG ବ୍ୟବହୃତ ହୁଏ |

Show More

Related Articles

Back to top button