Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ପୋରଣ ପରେ ଲାଗିଲା ନିଆଁ

ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ । ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟି ନିଆଁ ହୁ ହୁ ହୋଇ ଜଳୁଛି । ପେଟ୍ରୋଲ ପମ୍ପ ନିକଟରେ ଲୋକେ ଠିଆ ମଧ୍ୟ ହୋଇପାରୁ ନାହାନ୍ତି । ଭୟଙ୍କର ବିସ୍ଫୋରଣ ଘଟିବା ପରେ ନିଆଁ ଆକଶ ଉଂଚାରେ ଉପରକୁ ଉଠିଥିଲା ।

୩ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ସେପଟେ ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ ପହଂଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଛି । ଅନ୍ୟପଟେ ବିସ୍ଫୋରଣ ଯୋଗୁଁ ନିକଟରେ ଥିବା କିଛି ଗାଡି ମଧ୍ୟ ଛିନ୍‌ଛତ୍ର ହୋଇ ପଡିଥିବା ଦେଖିବାକୁ ମିଳିଛି ।

ପ୍ରଥମେ ବଡ ଧରଣର ବିସ୍ଫୋରଣ ହେଲା, ଯାହା ଭୂକମ୍ପ ହେଲା ଭଳି ଅନୁଭୂତ ହେଲା । ପରେ ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘଟଣାସ୍ଥଳରେ ପୋଲିସ କମିଶନର ଓ ଡିସିପି ପଂହଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପେଟ୍ରୋଲ ପମ୍ପ ଆଖପାଖରେ ଥିବା ସମସ୍ତ ଲୋକଙ୍କୁ ଖାଲି କରାଯାଇଛି । ଗଭର୍ଣ୍ଣର ହାଉସ ରାସ୍ତାକୁ ସିଲ କଲା ପୋଲିସ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଡିସିପି କହିଛନ୍ତି । ଏକ ଗ୍ୟାସ ଟାଙ୍କି ଫାଟି ଏପରି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ହେଲେ ଏହାଦ୍ୱାରା କ’ଣ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନି।

Show More

Related Articles

Back to top button