Breaking PLUSମୁଖ୍ୟ ଖବରରାଜନୀତିସ୍ୱାସ୍ଥ୍ୟ

ପାର୍ବଣ ଋତୁପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନୂଆ ଏସଓପି

ଆଗାମୀ ଦିନରେ ଦେଶରେ ନବରାତ୍ରି, ଦଶହରା ଓ ଦିପାବଳୀ ସମେତ ଅନେକ ବଡବଡ ପର୍ବ ପାଳିତ ହେବ। ଏଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ମଙ୍ଗଳବାର ଏସଓପି ଜାରି କରିଛନ୍ତି।

ସାରା ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୬୭ଲକ୍ଷ ପାର କରିଗଲାଣି। ଏବେ ଦୈନିକ ୮୦ରୁ ୯୦ ହଜାର ନୂଆ ମାମଲା ପରୀକ୍ଷଣରୁ ଧରାପଡୁଛି । ଏହି ଏସଓପି ସମସ୍ତ ରାଜ୍ୟରେ ସରକାର ଲାଗୁ କରିବା ବାଧ୍ୟ ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏସଓପି।
କଟକଣାରେ ରହିବ କଣ୍ଟେନମେଣ୍ଟ ଜୋନ।
ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅନୁସାରେ କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡି ଦେଲେ ଅନ୍ୟ ସବୁ ସ୍ଥାନରେ ଉତ୍ସବ ଆୟୋଜନ କରାଯାଇପାରିବ। ସେହିପରି ଯେଉଁମାନେ କଣ୍ଟେନମେଣ୍ଟ ଜୋନରେ ରହୁଛନ୍ତି ଉତ୍ସବ ବେଳେ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରତିବ୍ୟକ୍ତିଙ୍କୁ ପରସ୍ପରଠାରୁ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି। ସାର୍ବଜନିକ ସ୍ଥଳମାନଙ୍କରେ ମାସ୍କ ପୂର୍ବ ପରି ବାଧ୍ୟତାମୂଳକ ରହିବ।
ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ନିୟମ କଡାକଡି

ଉତ୍ସବ ଅବସରରେ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଶରେ ସାଧାରଣ କଥା। ତେବେ ଏଭଳି କାର୍ଯ୍ୟକ୍ରମ ଉପରେ କଡା ନଜର ରଖିବା ଲାଗି ସ୍ଥାନୀୟ ପ୍ରଶାସନକୁ ସତର୍କ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ମନ୍ତ୍ରାଳୟ ତାଗିଦ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୋଜନ ଲାଗି ଅନୁମତି ଦେବା ପୂର୍ବରୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସାମାଜିକ ଦୂରତା, ସାନିଟାଇଜେସନ ଥର୍ମାଲ ସ୍କାନିଂ ଆଦି ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ଆବଶ୍ୟକତା ପଡିଲେ ଯେପରି ଏପରି କାର୍ଯ୍ୟକ୍ରମକୁ ଅଚାନକ ବନ୍ଦ କରାଯାଇ ପାରିବ ସେଥିପ୍ରତିମଧ୍ୟ ଆଗୁଆ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଶୋଭାଯାତ୍ରା ଅଧିକ ଦୀର୍ଘ ହେଉଥିଲେ ସାଙ୍ଗରେ ଆମ୍ବୁଲାନ୍ସ ରଖିବାକୁ କୁହାଯାଇଛି। ଦୁର୍ଗାପୂଜାରେ ବିଭିନ୍ନ ବିଭିନ୍ନ ସମୟରେ ପୂଜା ମଣ୍ଡପରେ ଭିଡ ଜମେ। ଲୋକଙ୍କ ଭିଡ ବଢିବା ପୂର୍ବରୁ ସେଠାରେ ଦର୍ଶନ ବନ୍ଦର ବ୍ୟବସ୍ଥା ରଖିବାକୁ କୁହାଯାଇଛି।
୧୦ ବର୍ଷରୁ କମବୟସର ଶିଶୁ ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମିଳିବନି ଅନୁମତି
ପୂଜା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଗଲେ କଳାକାରଙ୍କ ସାମାଜିକ ଦୂରତା ନିଶ୍ଚିତ କରିବାକୁ କୁହାଯାଇଛି। ଏଥିରେ ମଞ୍ଚ ଉପରେ କଳାକାରଙ୍କ ଦୂରତା ଲାଗି ସ୍ଥାନ ଚିହ୍ନିତ କରିବାକୁ କୁହାଯାଇଛି। ୧୦ ବର୍ଷରୁ କମ ବୟସ୍କ ଶିଶୁ ଓ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପୂଜା ସ୍ଥଳକୁ ଯିବା ଲାଗି ବାରଣ କରିବା ନିମନ୍ତେ ମଧ୍ୟ କୁହାଯାଇଛି।

Show More

Related Articles

Back to top button