Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ରାଜ୍ୟରେ ଆଶିଂକ ଲକଡାଉନ କଟକଣା, ଖୋଲିଲା ଜିମ୍ ଗଡିଲା ବସ୍

ରାଜ୍ୟରେ କରୋନା କଟକଣା ଆହୁରି କୋହଳ ହୋଇଛି । ଆସନ୍ତା ଅଗଷ୍ଟ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ତାରିଖ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ ବଳବତ୍ତର ରହିବ । ଲୋକମାନଙ୍କର ଜୀବନ ଜୀବିକାକୁ ନଜରରେ ରଖି କଟକଣା ଅନେକ ମାତ୍ରାରେ କୋହଳ କରିଛନ୍ତି ସରକାର ।

ରାଜ୍ୟରେ କରୋନା କଟକଣା ଆହୁରି କୋହଳ ହୋଇଛି । ଆସନ୍ତା ଅଗଷ୍ଟ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ତାରିଖ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ ବଳବତ୍ତର ରହିବ । ଲୋକମାନଙ୍କର ଜୀବନ ଜୀବିକାକୁ ନଜରରେ ରଖି କଟକଣା ଅନେକ ମାତ୍ରାରେ କୋହଳ କରିଛନ୍ତି ସରକାର । ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଆଂଶିକ ଲକଡାଉନ୍ । ଖୋଲିବ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ସେଣ୍ଟର । ବିନା ଦର୍ଶକରେ ଆୟୋଜିତ ହୋଇପାରିବ କ୍ରୀଡା ପ୍ରତିଯୋଗିତା । ସେହିଭଳି ଆଉଟ୍ ଡୋର ଓ ଇନ୍ ଡୋର ସୁଟିଂକୁ ଅନୁମତି ମିଳିଛି । କୃଷି, ଶିଳ୍ପ ପ୍ରତିଷ୍ଠାନ ସହିତ ପୂର୍ବରୁ ଅନୁମତି ଦିଆଯାଇଥିବା କାମ ଜାରି ରହିବ । ହେଲେ ପାର୍କ, ସିନେମା ହଲ୍, ମେଳା, ଯାତ୍ରା, ମଲ୍ ଖୋଲିବ ନାହିଁ । ବିବାହ, ଅନ୍ତ୍ୟେଷ୍ଟିରେ ପୂର୍ବଭଳି କଟକଣା ବଳବତ୍ତର ରହିବ ।

ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ । ବାର୍ ବନ୍ଦ ରହିବ । ରେସ୍ତୋରାଁରେ ଖାଇପାରିବେନାହିଁ, କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି । ପୂର୍ବ ବ୍ୟବସ୍ଥା ଅନୁଯାୟୀ ଦୁଇ ଭାଗରେ ରାଜ୍ୟକୁ ବିଭକ୍ତ କରାଯାଇଛି । କ୍ୟାଟେଗୋରୀ-ଏ ରେ ୨୦ଟି ଜିଲ୍ଲାଥିବା ବେଳେ କ୍ୟାଟେଗୋରୀ-ବିରେ ୧୦ଟି ଜିଲ୍ଲା ରହିଛି । କ୍ୟାଟେଗୋରୀ-ଏରେ ଥିବା ୨୦ ଜିଲ୍ଲାରେ ହାଟବଜାର ସବୁଦିନ ସକାଳ ୬ରୁ ରାତି ୮ଟା ଯାଏ ଖୋଲା ରହିବ ।

ଏହା ପରେ ନାଇଟ କର୍ଫ୍ୟୁ ରାତି ୮ରୁ ସକାଳ ୬ଟା ବଳବତ୍ତର ରହିବ । କ୍ୟାଟେଗୋରୀ-ବି ରେ ଥିବା ୧୦ ଜିଲ୍ଲାରେ ଏବେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା ରହିବ । ତେବେ ଏହି ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବା ସହ ନାଇଟ କର୍ଫ୍ୟୁ ସନ୍ଧ୍ୟା ୫ରୁ ସକାଳ ୬ ଯାଏ ଲାଗୁ କରାଯିବ । ରାଜ୍ୟ ସରକାର ଆସନ୍ତା ୧୫ ଦିନ ପାଇଁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରି ଏପରି ଘୋଷଣା କରିଛନ୍ତି । ଆଉ ଦୁଇ ସପ୍ତାହ ରାଜ୍ୟରେ ଜାରି ରହିବ ଆଂଶିକ ଲକଡାଉନ୍ ।

Show More

Related Articles

Back to top button