ଦେଶଦେଶ ବିଦେଶ

ଶ୍ରୀଲଙ୍କା ରାସ୍ତାରେ ଓଡ଼ିଶା

ବୁଝିଲା ବେଳକୁଓଡିଶା ଶ୍ରୀଲଙ୍କା ହେଇସାରିଥିବ

ଶ୍ରୀଲଙ୍କା ଧନୀ ନହେଲେ ବି ସ୍ବଚ୍ଛଳ ଦେଶ ଥିଲା।ସିଂହଳୀ ଲୋକଙ୍କ ପାଖରେ ଅସୁବିଧା ନଥିଲା। ଦିନେ ସେମାନେ ଏକ ଭୁଲ୍ କଲେ। ମହିନ୍ଦା ରାଜପକ୍ଷେ ନାମକ ବାମପନ୍ଥୀକୁ ନିର୍ବାଚନରେ ଜିତାଇ ରାଷ୍ଟ୍ରପତି କରିଦେଲେ।

ମହିନ୍ଦା ସବୁ ମାଗଣା ଯୋଜନା ଚଲେଇଲେ। ମାଗଣା ବିଜୁଳି, ପାଣି, ଔଷଧ, ରେସନ ଦେଇ ଦେଶର ଧନ ଶେଷ କରିଦେଲେ।ଖର୍ଚ୍ଚ ଚଳାଇବାକୁ ଚାଇନାଠାରୁ କଲମ୍ବୋ ଓ ହମ୍ବନଟୋଟା ବନ୍ଦର ବନ୍ଧକ ରଖି ଚଢାସୁଧରେ ଅର୍ଥ ଆଣି ଋଣଜନ୍ତାରେ ପଡିଲେ।

ମୋଫତଖୋରିରେ ସର୍ବସ୍ବାନ୍ତ ହେବାପରେ ଚାଇନା ଋଣଯନ୍ତାରେ ପଡିଥିବା ଶ୍ରୀଲଙ୍କାରେ ଏବେ ପେଟ୍ରୋଲ ପମ୍ପରେ ପୋଲିସ ଜଗୁଚନ୍ତି। ଖାଇବାକୁ ନପାଇ ଲୋକ ଭୋକରେ
ଅଛନ୍ତି। ଦରଦାମ୍ ବହୁତ ଉପରେ। ବିଜୁଳି ୩/୪ ଘଣ୍ଟା ମାତ୍ର ଆସୁଛି।କେବଳ ଶ୍ରୀଲଙ୍କା ନୁହେଁ, ମାଗଣା ଯୋଜନା କରି ଭେନେଜୁଏଲା ଓ ଅନେକ ଲାଟିନ୍ ଆମେରିକୀୟ ଦେଶ ବର୍ବାଦ। ବୈଶ୍ଯାବୃତ୍ତି କରି ମହିଳା ଖାଦ୍ଯ ଯୋଗାଡ଼ କରୁଛନ୍ତି।

ଭାରତରେ ଯେଉଁ ଅଳ୍ପ କେଇଟି ରାଜ୍ୟ ମାଗଣା ଯୋଜନା କରି ରାଜ୍ୟର ଆର୍ଥିକ ଅବସ୍ଥା ବରବାଦ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀ, ପଞ୍ଜାବ ଓ ଓଡିଶା ଆଗରେ ଅଛନ୍ତି।
ଓଡିଶାରେ ପାଞ୍ଚ ବର୍ଷ ମଧ୍ୟରେ ମାଗଣା ଛତା, ଯୋତା, କମ୍ବଳ, ଚାଉଳ, ଔଷଧ, ପିଠା, କାଳିଆ ଆଦିରେ ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯଦି ରିହାତି ଓ ମାଗଣା ଯୋଜନାର ଖର୍ଚ୍ଚ ହିସାବ କରାଯାଏ ତେବେ ମୋଟ ବ୍ୟୟ ଅଟକଳର ୨୫% ଧ୍ବଂସ କରି ପୁଳାଏ ମାଗିଖିଆ ଓ ମାଗଣାଖିଆ ସୃଷ୍ଟି କରାଯାଇଛି।

ଏହି ଗୋଷ୍ଠୀଟି ମଦ ଓ ମାଗଣା ଖାଇବାରେ ଅଭ୍ଯସ୍ତ।

ଏହି ଗୋଷ୍ଠୀର ମାନସିକତାକୁ ଏମିତି ବିଷାକ୍ତ କରିଦିଆଯାଇଛି ଯେ ସେମାନେ ମାଗଣା ପାଇବାକୁ ହିଁ ଜୀବନର ଏକ ଉପଲବ୍ଧି ମନେକରି ଖୁସି ହୁଅନ୍ତି।
ଭୋଟ୍ ଆସିଲେ ଏଇ ମାନସିକ ରୋଗଗ୍ରସ୍ତ ଗୋଷ୍ଠୀର ଲୋକେ ମଦ, ଟଙ୍କା ଓ ଆଗକୁ ମାଗଣା ମିଳିବା ପ୍ରତିଶ୍ରୁତି ବଦଳରେ ନିଜ ଭୋଟ୍ ବିକ୍ରି କରିଥାନ୍ତି।

ଓଡିଶାରେ ଭିତ୍ତିଭୂମି ବିକାଶରେ ରାଜସ୍ୱ ଲାଗେନାହିଁ।

ଲୋକଙ୍କ ଆର୍ଥିକ ବିକାଶ ଓ ରାଜ୍ୟର ଆର୍ଥିକ ଉନ୍ନତି ପାଇଁ କିଛି ସୁଦୂରପ୍ରସାରୀ ଯୋଜନା ନାହିଁ। ଛତା, ଯୋତା, କମ୍ବଳ, ପିଠା, କାଳିଆ, ବିଜୁ କୁଡିଆ ଦେଇ ଦେଇ ପ୍ରତ୍ଯେକ ରାଜ୍ୟବାସୀଙ୍କ ମୁଣ୍ଡ ଉପରେ ୨୭ ହଜାର ଟଙ୍କାର ଋଣ ଲଦି ଦିଆଯାଇଛି।

ନବୀନ ପଟ୍ଟନାୟକଙ୍କ ବାମପନ୍ଥୀ ଅର୍ଥନୈତିକ ମଡେଲ୍ ଓଡିଶା ପାଇଁ ମରଣଯନ୍ତା ହେବାକୁ ଯାଉଛି।
ମାଗିଖିଆ ଓ ମାଗଣାଖିଆମାନେ ଏବେ କିଛି ବୁଝିପାରିବେ ନାହିଁ। ମାଗଣାର ସ୍ବାଦ ବହୁତ ମିଠା ଲାଗେ। ହେଲେ ମିଠା ଭିତରେ ଭରି ରହିଥାଏ ଜହର।

 

Show More

Related Articles

Back to top button