Breaking PLUSପୂଜା ପାର୍ବଣମୁଖ୍ୟ ଖବର

ପବିତ୍ର ଶ୍ରୀରାମ ନବମୀ

ସବୁଠି ଶୁଭୁଛି ରାମ ନାମ

ରବିବାର ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ଶ୍ରୀରାମଙ୍କ ଜନ୍ମ । ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ଭଗବାନଙ୍କ ଏ ଉତ୍ସବରୁ ଦୂରେଇ ରହିଥିବା ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭଗବାନ ଆଉ ଭକ୍ତଙ୍କ ମିଳନ ହେବ । ପ୍ରଭୁ ଶ୍ରୀରାମଙ୍କୁ ବାଲ୍ୟରୂପରେ ଦେଖିବାର ସୁଯୋଗ ପାଇ ଭକ୍ତ ପ୍ରଭୁ ପ୍ରେମରେ ନିଜକୁ ହଜାଇ ଦେବେ । ସବୁଠି ଶୁଭିବ ରାମ ନାମ । ତା’ ପୂର୍ବରୁ ରାଜଧାନୀରେ ଥିବା ସବୁ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି । ଆଲୋକମାଳାରେ ଝଲସୁଛି ମନ୍ଦିର । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ରାଜଧାନୀର ୟୁନିଟ୍‌-୩ସ୍ଥିତ ଶ୍ରୀରାମ ମନ୍ଦିରରେ ରବିବାର ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଭୋର୍‌ରୁ ନୀତିକାନ୍ତି ହୋଇଛି । ସକାଳ ସାଢ଼େ ୫ଟାରୁ ଭଗବାନଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଧାଡ଼ି ଲମ୍ବିଛି ।

ସ୍ୱନୟନରେ ଭଗବାନଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଭୋର ୫ଟା ୪୫ରେ ମଙ୍ଗଳ ଆଳତୀ କରାଯାଇଛି । ସକାଳ ୭ଟାରେ ପ୍ରଭୁଙ୍କ ଶୃଙ୍ଗାର ଆଳତୀ ନୀତି ଅନୁଷ୍ଠିତ ହୋଇଛି । ରାମଚରିତ ମାନସ ନବାହ୍ନ ପାରାୟଣର ୧୦ଟାରେ ଉଦ୍‌ଯାପିତ ହେବ । ଦିନ ୧୦ଟାରେ ହୋମଯଜ୍ଞ ଅନୁଷ୍ଠିତ ହେବ । ଏହାପରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତୀ କରାଯାଇ ସାଢ଼େ ୧ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହଡ଼ ପଡ଼ିବ । ପୁଣି ୪ଟାରେ ଭକ୍ତମାନେ ଭଗବାନଙ୍କ ଦର୍ଶନ କରିବେ । ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତୀ କରାଯିବ । ଆଉ ରାତି ୯ଟାରେ ପୁଣି ଭୋଗ ଆଳତୀ କରାଯିବ । ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ସହ ଦିନରେ ମନ୍ଦିରରେ ଭଜନ, କୀର୍ତ୍ତନ ଜାରି ରହିବ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବ୍ୟାରିକେଡ୍‌ ଦ୍ୱାରା ଲୋକଙ୍କୁ ଶାନ୍ତି ଶୃଙ୍ଖଳାରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ଯିବ । ମନ୍ଦିର ପରିସରେ ସିସିଟିଭି ଲାଗିଛି । ଏହାଛଡ଼ା ମନ୍ଦିର ଟ୍ରଷ୍ଟର ୩୦ଜଣ ସ୍ୱେଚ୍ଛାସେବୀ, ସୁରକ୍ଷା କର୍ମୀ ଓ ପୁଲିସ ଫୋର୍ସ ଭକ୍ତଙ୍କୁ ସୁରକ୍ଷିତ ଭାବେ ଦର୍ଶନ କରିବାକୁ ଜଗିବେ । ରାଜଧାନୀର ବାୟାବାବା ମଠ, ଚିତ୍ରକୁଟ ଆଶ୍ରମ ଓ ଇସ୍କନ୍‌ ପରିସରରେ ରାମନବମୀ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଇସ୍କନରେ ରାଧା-ଗୋପୀନାଥଜିଉଙ୍କ ଶୁଭ ଆବିର୍ଭାବ ତିଥି ତଥା ୨୮ତମ ବାର୍ଷିିକ ଉତ୍ସବ ପାଳନ କରାଯିବ । ସକାଳ ୭ଟାରେ ଗୁରୁପୂଜା । ୭ଟା ୧୫ରେ ଦର୍ଶନ ଆଳତୀ ଓ ୭ଟା ୩୦ରେ ପ୍ରଭୁପାଦ ପୂଜା ପରେ ହଳଧର ମହାରାଜା ୭ଟା ୪୫ରେ ଭକ୍ତମାନଙ୍କୁ ଦୀକ୍ଷା ଯିବ । ଏହାପରେ ସେ ରାମଚନ୍ଦ୍ର ମହାପ୍ରଭୁଙ୍କ ଆବିର୍ଭାବ ବିଷୟରେକହିବେ । ୧୨ଟାରେ ପ୍ରଭୁଙ୍କ ଅଭିଷେକ କରାଯାଇ ୧ଟାରେ ଭୋଗ ଲାଗି ହେବ । ଏହାପରେ ୧ଟା ୩୦ରେ ପ୍ରସାଦ ସେବନ କରାଯିବ ବୋଲି ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button