Breaking PLUSଓଡ଼ିଶାବିଧାନସଭା

ଆଜି ମଧ୍ୟ ବିଧାନସଭା ଅଚଳ, ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଚାଲିପାରିଲାନି ଗୃହ । ଗୃହ ଆରମ୍ଭରୁ ଆଜି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହାଲ୍ଲା ଓ ପ୍ରତିବାଦ ଜାରି ରଖିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ଗୃହର ମଧ୍ୟ ଭାଗରେ ବିଜେପି ସଦସ୍ୟ ମାନେ ନାରାବାଜୀ କରିଥିବା ବେଳେ କଂଗ୍ରେସ ବିଧାୟକ ବିଚସ୍ପତିଙ୍କ ପୋଡିୟମକୁ ଘେରିଥିଲେ । ଏହା ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପଟେ ବିଜେଡି ବିଧାୟକ ମାନେ ଜୟରାଜଗୁରୁ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି । ପାଇକ ବିଦ୍ରୋହକୁ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳିନଥିବା ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି ଶାସକ ଦଳର ସଦସ୍ୟ ମାନେ ।

ଏନେଇ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେଡି ବିଧାୟକ ମାନେ । ବାରମ୍ବାର ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ ଟା ଯାଏଁ ମଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବିଧାନସଭା ଅଚଳାବସ୍ଥାକୁ ନେଇ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସର୍ବଦଳିୟ ବୈଠକ କରିବାକୁ ଆହ୍ୱାନ ଦେଇଛନ୍ତି ।

Show More

Related Articles

Back to top button