ଓଡ଼ିଶାମୁଖ୍ୟ ଖବର

ସବୁ ଜିଲ୍ଲାରେ ପହଞ୍ଚିଲା BSKY ସ୍ମାର୍ଟ ହେଲଥ କାର୍ଡ

ଉପକୃତ ହେବେ ସାଢେ ତିନି କୋଟି ଓଡିଆ

ସବୁ ଜିଲ୍ଲାରେ ପହଁଚିଲା ସ୍ମାର୍ଟ ହେଲଥ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୦ରେ ମାଲକାନାଗିରିରୁ ବିଏସକେୱାଇ କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିବା ବେଳେ ଆଜି ଯାଜପୁର ଜିଲ୍ଲାରେ ଏହା ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ସ୍ମର୍ଟ କାର୍ଡ ବାଣ୍ଟି ୨ ମାସ ଧରି ଚାଲିଥିବା ପ୍ରକ୍ରିୟାକୁ ଶେଷ କରିଛନ୍ତି। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଏହାଦ୍ବାରା ଉପକୃତ ହେବେ। ସ୍ବାସ୍ଥ୍ୟ ସେବାରେ ସାରା ଓଡିଶା ହେଲା ସ୍ମାର୍ଟ । ସବୁ ଜିଲ୍ଲାରେ ପହଁଚିଲା ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ । ମାଲକାନାଗିରିରୁ ଆରମ୍ଭ ହୋଇଥିଲା ଆଜି ଯାଜପୁରରେ ସରିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୦ ତାରିଖରେ ମାଲକାନଗିରି ଗସ୍ତରେ ଯାଇ ଏହି କାର୍ଯ୍ୟକ୍ରମର ଶ୍ରୀଗଣେଶ କରିଥିଲେ। ଏବେ ୩୦ ଜିଲ୍ଲାରେ ପହଁଚିଛି ସ୍ମାର୍ଟ କାର୍ଡ । ଆଜି ସକାଳେ (ଡବଲ ୱିଣ୍ଡୋ କରିବ) କେନ୍ଦ୍ରାପଡା ଜିଲ୍ଲାରେ ଓ ଅପରାହ୍ନରେ ଯାଜପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଡିଜିଟାଲ ସ୍ମାର୍ଟ କାର୍ଡ ବାଣ୍ଟନ କରିଛନ୍ତି ନବୀନ। ଦିନ ସାଢ଼େ ୧୧ଟାରେ କେନ୍ଦ୍ରାପଡ଼ା ପାଇଁ କାର୍ଯ୍ୟକ୍ରମ ହୋଇଥିଲା। ଭିଡିଓ କନଫରେନ୍ସିଂ˚ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନ ବାଣ୍ଟିଥିଲେ । ଜିଲ୍ଲାରେ ମୋଟ ୩ ଲକ୍ଷ ୧୫ ହଜାର ୩୦୨ ପରିବାରର ୧୧ ଲକ୍ଷ ୭୫ ହଜାର ୬୧୬ ହିତାଧୀକାରୀଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ।

ସେହିପରି ସଂଧ୍ୟା ୫ଟାରେ ଯାଜପୁର ଜିଲ୍ଲାର ଏନସି କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ୪ ଲକ୍ଷ ୧୦ ହଜାର ୮୭ ପରିବାର ଏହାଦ୍ବାରା ଉପକୃତ ହେବେ। ସବୁ ଜିଲ୍ଲାରେ ସାର୍ଟ ହେଲଥ କାର୍ଡ ପହଁଚିବା ପରେ ସୁସ୍ଥ ଓଡିଶା ସୁଖୀ ଓଡିଶା ଲକ୍ଷ୍ୟରେ ଆଉ ପାଦେ ଆଗକୁ ବଢିଛି ରାଜ୍ୟ ।ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ।ଏମିତି ନାରା ଦେଇ ଅଗଷ୍ଟ ୨୦ରେ ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରଥମ ହିତାଧିକାରୀ ଭାବେ ବଣ୍ଡା ଜନଜାତିର ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ସ୍ମାର୍ଟକାର୍ଡ ଦେଇଥିଲେ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ହିତାଧିକାରୀ ସ୍ମାର୍ଟକାର୍ଡରେ ଉପକୃତ ହେଉଛନ୍ତି । ସ୍ମାର୍ଟ ହେଲଥ କାର୍ଡ ରେ ପ୍ରତି ପରିବାର ପାଇଁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସହାୟତା ରହିଛି । ମହିଳାଙ୍କ କ୍ଷେତ୍ରରେ ଏଥିରେ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ବି ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ।ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲାଗି ସୁବିଧା ଦେବାରେ ସାରା ଦେଶରେ ଓଡିଶା ହେଉଛି ପ୍ରଥମ ରାଜ୍ୟ ।

Show More

Related Articles

Back to top button