ସ୍ୱାସ୍ଥ୍ୟ

ଓଡ଼ିଆ ଘରର ପଖାଳ କଂସାରେ ରହିଛି ଚମତ୍କାରୀ ଗୁଣ

ଏହି ୬ଟି ରୋଗରୁ ଦୂରେଇ ରଖେ ପଖାଳ

ଭାରତୀୟ ମାନଙ୍କର ମୁଖ୍ୟ ଖାଦ୍ୟ ଭାତ ଅଟେ l ପ୍ରତେକ ଘରେ ଗୋଟିଏ ଓଲିପାଇଁ ହେଉ ପଛେ ଭାତ ପ୍ରସ୍ତୁତ ହୁଏ l ଛୋଟ ପିଲାଙ୍କ ଠାରୁ ନେଇ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି l କିନ୍ତୁ ଅଧିକାଂଶ ସମୟ ଏପରି ହୋଇଥାଏ ପୂର୍ବ ଦିନର ଭାତ କିଛି ବଳିଯାଏ ,ଯାହାକୁ ଆମେ ବାସି ଖାଦ୍ୟ ଭାବରେ ଗାଈକୁ ଖୁଆଇ ଦେଇଥାଉ କିମ୍ବା ଫୋପାଡ଼ି ଦେଇଥାଉ l କିନ୍ତୁ ଆଜି ଆପଣ ଜାଣି ରଖନ୍ତୁ ଯଦି ଘରେ କିଛି ବାସି ଭାତ ବଳି ଯାଉଛି ତେବେ ତାକୁ ଫୋପାଡିବେ ନାହିଁ ,ତାପର ଦିନ ଏହି ଭାତକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ l ତେବେ ଆଜି ଆସନ୍ତୁ ଜାଣିବା ବାସି ଭାତର ଉପକାରିତା ବିଷୟରେ l

* ବାସି ଭାତ ଶରୀର ପାଇଁ ଅତ୍ୟନ୍ତ ହିତକର ଅଟେ ,କାରଣ ଏଥିରେ ଅନେକ ପ୍ରକାରର ମାଇକ୍ରୋ ନିୟୁଟ୍ରିଏସନ ଓ ଆବଶକ୍ୟ ମିନେରାଲ ମିଳିଥାଏ l ଏହାକୁ ଖାଇବା ଦ୍ୱାରା ଆପଣଙ୍କର ଶରୀରକୁ ଜଳୀୟ ଅଂଶ ମିଳିବ ସହିତ ପେଟ ମଧ୍ୟ ଥଣ୍ଡା ରହିଥାଏ l

* ଭାରତର ଅଧିକାଂଶ ସ୍ଥାନରେ ଭାତ ହେଉଛି ମୁଖ୍ୟ ଖାଦ୍ୟ l ବିଶେଷ କରି ପଶ୍ଚିମବଙ୍ଗ ,ଓଡିଶା ଓ ବିହାରରେ ଲୋକମାନେ ଭାତକୁ ତିନି ଓଳି ଖାଇବାକୁ ପସନ୍ଦ କରନ୍ତି l ଅଧିକାଂଶ ଲୋକଙ୍କର ଏସିଡ଼ିଟି ଓ ଗ୍ୟାସ ସମସ୍ୟା ରହିଥାଏ l ଏହି ପରି ଲୋକମାନେ ଯଦି ପ୍ରତେକ ଦିନ ଭାତରେ ପ୍ରସ୍ତୁତ ପଖାଳ ଖାଇବେ ତେବେ ଏହି ସବୁ ରୋଗରୁ ଦୁରେଇ ରହିବେ l ଆପଣ ବାସି ଭାତର ପଖାଳକୁ ମାଧ୍ୟାନ ଭୋଜନରେ ଖାନ୍ତୁ l

* ସେତେଜ ଭାତ ଅପେକ୍ଷା ବାସି ଭତରେ ଅଧିକ ପରିମାଣରେ ଫାଇବର ରହିଥାଏ l ଯାହା ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହିତ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରେ l

* ଯଦି ଆପଣଙ୍କ ମୁଖ ଗହ୍ୱରରେ ଯଦି ତୁଣ୍ଡ ଘା ସମସ୍ୟା ଦେଖା ଦେଉଛି ତେବେ ଦିନକୁ ଦୁଇ ଓଳି ପଖାଳ ସେବନ କରନ୍ତୁ l ଏହା ଆପଣଙ୍କ ତୁଣ୍ଡ ଘା କୁ ସୁସ୍ଥ କରିବା ସହିତର ପେଟ ଥଣ୍ଡା ରଖିବା l ଭାତ ଖାଇବାର ଉପଯୁକ୍ତ ସମୟ ହେଉଛି ମାଧ୍ୟାନ ସମୟ l ଏହି ସମୟରେ ଆପଣ ଭାତ ଖାଇବା ଦ୍ୱାରା ଆପଣଙ୍କୁ ନୂଆ ଶକ୍ତି ସଞ୍ଚାର ହେବ ସହିତ ସତେଜ ଲାଗିବ l

* ଗବେଷକ ମାନଙ୍କ ମତରେ ବାସି ଭତରେ କ୍ୟାନ୍ସର ପ୍ରତିରୋଧକ କ୍ଷମତା ରହିଛି l ତେଣୁ ସେମାନେ ଉପଦେଶ ଦେଉଛନ୍ତି ଯେ ବାସି ଭାତ କ୍ୟାନ୍ସର ପ୍ରତିରୋଧକ ହୋଇଥିବାରୁ ଏହାକୁ ପ୍ରତିଦିନ ଖାଇବା ପାଇଁ l

* ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମଧୁମେହ ରୋଗୀ ମାନେ ବାସି ଉଷୁନା ଭାତ ଖାଇବା ଦ୍ୱାରା ସେମାନଙ୍କର ମଧୁମେହ ନିୟନ୍ତ୍ରଣ ରହିଥାଏ l

Show More

Related Articles

Back to top button