ରାଜନୀତି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩ଟା ୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅହମ୍ମଦ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୁଅ ଫୈଜଲ ପଟେଲ

ଗତ ଏକମାସ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ ଅହମ୍ମଦ । ଏହାପରେ ଲଗାତାର ସେ ଚିକିତ୍ସିତ ହୋଇ ଆସୁଥିଲେ । ତେବେ କରୋନାରେ ସଂକ୍ରମିତ ହେବା କାରଣରୁ ଶରୀରର ଏକାଧିକ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା । ଶେଷରେ ୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଅହମ୍ମଦ ।୭୧ ବର୍ଷୀୟ ଅହମ୍ମଦ କଂଗ୍ରେସର ଜଣାଶୁଣା ନେତାଙ୍କ ମଧ୍ୟରୁ ଜଣେ ।

 

୩ଥର ଲୋକସଭା ଓ ୫ ଥର ରାଜ୍ୟସଭା ସାଂସଦ ରହିଥିବା ଅହମ୍ମଦ ଗାନ୍ଧୀ ପରିବାର ସହ ଅତି ଘନିଷ୍ଠ । ଖାସକରି ଅନେକ ସମୟରେ କଂଗ୍ରେସ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଅହମ୍ମଦ । ୧୯୭୭ରେ ମାତ୍ର ୨୬ ବର୍ଷ ବୟସରେ ପ୍ରଥମଥର ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅହମ୍ମଦ ସର୍ବଦା ପରଦା ପଛରେ ରହି ଦଳ ପାଇଁ କାମ କରି ଆସୁଥିଲେ । ଅହମ୍ମଦଙ୍କ ପରଲୋକର କଂଗ୍ରେସର ବରିଷ୍ଠ ନେତା ଶୋକପ୍ରକାଶ କରିଛନ୍ତି ।

Show More

Related Articles

Back to top button